ମାସୁଦ୍‌ ଅଝାର୍‌କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍ ଉପରେ ବଢ଼ିଲା ଚାପ : ଏପ୍ରିଲ ୨୩ ତାରିଖ ଯାଏଁ ସମୟ ଦେଲେ ଆମେରିକା, ୟୁକେ ଓ ଫ୍ରାନ୍ସ

ଆମେ ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା କଲୁ, ଏବେ ଆମ ବିଆରଆଇ ପ୍ରକଳ୍ପରେ ସାମିଲ ହୁଅ, ଭାରତକୁ କହିଲା ଚୀନ

photo-navbharattimes

ନୂଆଦିଲ୍ଲୀ: ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ୍‌ ଆଝାର୍‌କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ କରିବା ଲାଗି ଆନ୍ତର୍ଜାତୀୟ ସ୍ତରରେ ଚୀନ୍‌ ଉପରେ ଚାପ ବଢୁଛି। ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦରେ ମାସୁଦ୍‌କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାର ପ୍ରକ୍ରିୟା ପୁଣି ତ୍ୱରାନ୍ଵିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମାସୁଦ ଆଝାର ଉପରେ ନିଷେଧାଜ୍ଞା ଜାରି କରିବା ଲାଗି ବିଚାର-ବିମର୍ଷ ଓ ସହମତି ଲାଗି ଜୋରସୋରରେ ପ୍ରକ୍ରିୟା ଚାଲିଛି।

ଜଣେ କୂଟନୀତିଜ୍ଞଙ୍କ ଅନୁଯାୟୀ  ବେଜିଂକୁ ଏଥିପାଇଁ ଏପ୍ରିଲ ୨୩ ତାରିଖ ଯାଏଁ ସମୟ ଦିଆଯାଇଛି। ଜୈସ-ଏ-ମହମ୍ମଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପ୍ରସ୍ତାବ ଉପରେ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ସମସ୍ତେ ଏକମତ ଅଛନ୍ତି । ସୁରକ୍ଷା ପରିଷଦର ୩ଟି ସ୍ଥାୟୀ ଦେଶ ଏହି ପ୍ରସ୍ତାବରୁ ଚୀନର ପ୍ରତିବନ୍ଧକ ହଟାଇବା ପାଇଁ  ପ୍ରସ୍ତୁତିରେ ଅଛନ୍ତି । ଚୀନକୁ ଏଥିପାଇଁ ପ୍ରବର୍ତ୍ତାଯାଉଛି କି  ସେ ଏହି ପ୍ରକ୍ରିୟାରେ ପ୍ରତିବନ୍ଧକ ନ ହେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe