ଭାରତକୁ ଭେଷଜ ସାମଗ୍ରୀ ରପ୍ତାନି ପାଇଁ ବାଇଡେନ୍‌ ପ୍ରଶାସନ ଉପରେ ଚାପ

Advertisment
ଭାରତକୁ ଭେଷଜ ସାମଗ୍ରୀ ରପ୍ତାନି ପାଇଁ ବାଇଡେନ୍‌ ପ୍ରଶାସନ ଉପରେ ଚାପ

Image Courtesy of Zee News

ଵାସିଂଟନ: ଭାରତର କୋଭିଡ୍‌ଜନିତ ଏଭଳି ସଂକଟଜନକ ପରିସ୍ଥିତି ବେଳେ ଆମେରିକାରେ ଗଚ୍ଛିତ ଥିବା କୋଭିଡ୍‌ ଟିକା ଏବଂ ଅନ୍ୟାନ୍ୟ ଜୀବନରକ୍ଷାକାରୀ ଭେଷଜ ସାମଗ୍ରୀ ତୁରନ୍ତ ରପ୍ତାନି ପାଇଁ ବାଇଡେନ୍‌ ପ୍ରଶାସନ ଉପରେ ପ୍ରବଳ ଚାପ ପଡୁଥିବା ଜଣାଯାଇଛି। ଏପରିକି ଆମେରିକାର ଚାମ୍ବର୍ସ ଅଫ୍‌ କମର୍ସ ସମେତ ଆଇନଜୀବୀ ସଂଘ ଓ ପ୍ରମୁଖ ଭାରତୀୟ-ଆମେରିକୀୟମାନେ ସଂପୃକ୍ତ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ଯଥାଶୀଘ୍ର ସମ୍ଭବ ଭାରତ ପଠାଇବା ଉପରେ ଗୁରୁତ୍ବାରୋପ କରିଛନ୍ତି। ବିଶ୍ବରେ ସମ୍ପ୍ରତି ମହାମାରୀ କୋଭିଡ୍‌-୧୯ ସବୁଠୁ କରାଳ ରୂପ ଧାରଣ କରିଛି। ଏଭଳି ସମୟରେ ଆମେରିକା ପାଖରେ କୋଟି କୋଟି ସଂଖ୍ୟାର ଆଷ୍ଟ୍ରାଜେନେକା ଓ ଅନ୍ୟାନ୍ୟ କୋଭିଡ୍‌ ଟିକା ମହଜୁଦ ରହିଛି।

ଏହି ଟିକା ସମେତ ବିଭିନ୍ନ ଜୀବନ ରକ୍ଷାକାରୀ ଭେଷଜ ସାମଗ୍ରୀ ଭାରତ ଓ ବ୍ରାଜିଲ ପରି ଭୀଷଣ ଭାବେ ପ୍ରଭାବିତ ରାଷ୍ଟ୍ରଙ୍କୁ ପଠାଇବା ଲାଗି ଚାମ୍ବର ଅଫ୍‌ କମର୍ସ ଵାସିଂଟନକୁ ବାଧ୍ୟ କରିଛି ବୋଲି ସଂସ୍ଥାର ଉପାଧ୍ୟକ୍ଷ ତଥା ଆନ୍ତର୍ଜାତିକ ବ୍ୟାପାର ମୁଖ୍ୟ ମାଇରନ୍‌ ବ୍ରିଲିଆଣ୍ଟ୍‌ କହିଛନ୍ତି। ଅପରପକ୍ଷେ, ସମସ୍ତ ଆମେରିକୀୟଙ୍କ ଟିକାକରଣ ସଂପନ୍ନ ପାଇଁ କମ୍ପାନିମାନେ ଜୁନ୍‌ ସୁଦ୍ଧା ଆବଶ୍ୟକ ସଂଖ୍ୟକ ଟିକା ପ୍ରସ୍ତୁତ କରିପାରିବେ ବୋଲି ମାଇରନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe