ମାଳଦ୍ବୀପରୁ ସିଙ୍ଗାପୁର ଯିବା ପାଇଁ ଘରୋଇ ଜେଟ୍‌ ବିମାନ ଖୋଜୁଛନ୍ତି ରାଷ୍ଟ୍ରପତି ଗୋଟାବାୟା

Advertisment
ମାଳଦ୍ବୀପରୁ ସିଙ୍ଗାପୁର ଯିବା ପାଇଁ ଘରୋଇ ଜେଟ୍‌ ବିମାନ ଖୋଜୁଛନ୍ତି ରାଷ୍ଟ୍ରପତି ଗୋଟାବାୟା

Image Courtesy of The Free Press Journal

କଲମ୍ବୋ: ମାଳଦ୍ବୀପରୁ ସିଙ୍ଗାପୁର ଯିବା ଲାଗି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଘରୋଇ ଜେଟ୍‌ ବିମାନ ଚାହୁଁଥିବା କଥା ବିଦେଶୀ ଗଣମାଧ୍ୟମ ରିପୋର୍ଟ କରିଥିବା ବେଳେ ଶ୍ରୀଲଙ୍କାର ବାଚସ୍ପତି ଆବେବର୍ଦ୍ଧନ‌େ କହିଛନ୍ତି ଯେ, ‌ରାଷ୍ଟ୍ରପତି ଏପର୍ଯ୍ୟନ୍ତ ଇସ୍ତଫା ଦେଇ ନାହାନ୍ତି।

‘ଡେଲି ମିରର୍‌’ ରିପୋର୍ଟ ଅନୁସାରେ, ମାଳଦ୍ବୀପର ମାଲେରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ନିୟମିତ ବିମାନରେ ରାଷ୍ଟ୍ରପତି ଗୋଟାବାୟା ସିଙ୍ଗାପୁର ଯାଇ ନାହାନ୍ତି। ସୁରକ୍ଷା ବିପନ୍ନ ହେବାର ଆଶଙ୍କା ଥିବାରୁ ରାଜ‌ପକ୍ଷେ, ତାଙ୍କ ପତ୍ନୀ ଲୋମା ଏବଂ ୨ଜଣ ନିରାପତ୍ତା ଅଧିକାରୀ ଗତରାତିରେ ସିଙ୍ଗାପୁର ଅଭିମୁଖେ ଯାଉଥିବା ‘ଏସ୍‌କ୍ୟୁ୪୩୭’ ବିମାନ ଆରୋହଣ କରି ନ ଥିଲେ।

ରାଜପକ୍ଷେଙ୍କ ସିଙ୍ଗାପୁର ଯାତ୍ରା ନିମନ୍ତେ ଘରୋଇ ବିମାନ ବ୍ୟବସ୍ଥା କରିବା ପାଇଁ ଏବେ ଆଲୋଚନା ଚାଲିଛି ବୋଲି ମାଳଦ୍ବୀପର ଗଣମାଧ୍ୟମ ସବୁ ରିପୋର୍ଟ କରୁଛନ୍ତି।

publive-image Image Courtesy of The Tribune

ସେହିପରି, ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେଙ୍କୁ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବେ କ୍ଷମତା ପ୍ରଦାନ କରାଯିବାକୁ ବେଆଇ କହି ତାଙ୍କୁ ଗ୍ରହଣ କରିବା ଲାଗି ଶ୍ରୀଲଙ୍କାର ବିରୋଧୀ ଦଳ ମନା କରିଦେଇଛି।

ସଦ୍ୟତମ ସୂଚନା ଅନୁସାରେ, ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରୁ ବାହାରି ଆସିବା ସହ ତା’ର ଦାୟିତ୍ବ ନିରାପତ୍ତା କର୍ମଚାରୀଙ୍କ ହାତରେ ଅର୍ପଣ କରିଛନ୍ତି।

ସେହିପରି ପ୍ରତିବାଦକାରୀଙ୍କ ଉପରେ ବଳ ପ୍ରୟୋଗ କରିବା ଲାଗି ଶ୍ରୀଲଙ୍କା ସେନା କାର୍ଯ୍ୟନିବର୍ହାହୀ ରାଷ୍ଟ୍ରପତି ରାନିଲ୍‌ ବିକ୍ରମସିଂଘେ ଦେଇଥିବା ନିର୍ଦେଶକୁ ଅମାନ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe