ଅଳ୍ପେଶ୍‌ଙ୍କ ମୁଣ୍ଡ କାଟ୍‌ ପାଇଁ କୋଟିଏ ପୁରସ୍କାର

Advertisment
ଅଳ୍ପେଶ୍‌ଙ୍କ ମୁଣ୍ଡ କାଟ୍‌ ପାଇଁ କୋଟିଏ ପୁରସ୍କାର

ଅହମ୍ମଦାବାଦ: ଗୁଜରାଟରେ ୟୁପି, ବିହାର ଓ ମଧ୍ୟ ପ୍ରଦେଶ ଲୋକଙ୍କୁ ମାର୍‌ପିଟ୍‌ କରାଯାଇ ରାଜ୍ୟରୁ ବିଦା କରାଯିବା ଘଟଣାରେ ଚର୍ଚ୍ଚାକୁ ଆସିଥିବା କଂଗ୍ରେସ ବିଧାୟକ ଅଳ୍ପେଶ୍‌ ଠାକୁରଙ୍କ ମୁଣ୍ଡ କାଟିଲେ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ମହାରାଣୀ ପଦ୍ମାବତୀ ୟୁଥ୍‌ ବ୍ରିଗେଡ୍‌ ନାମକ ଏକ ସଂଗଠନ ପକ୍ଷରୁ ଏଭଳି ଘୋଷଣା ହୋଇଛି। ସଂଗଠନ ପକ୍ଷରୁ ଏ ନେଇ ରାଜ୍ୟର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ‌େପାଷ୍ଟର ଲଗାଯାଇଛି। ଉ‌େଲ୍ଲଖଯୋଗ୍ୟ, ଗୁଜରାଟରୁ ଉତ୍ତର ଭାରତୀୟଙ୍କ ପଳାୟନ ପଛରେ ଅଳ୍ପେଶ୍‌ ଓ ତାଙ୍କ ସେନାର ହାତ ରହିଛି ବୋଲି ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe