ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବା ପାଇଁ ରାସ୍ତାରେ ଶୋଇଶୋଇ ଯାଉଛନ୍ତି ପୂଜାରୀ

Advertisment
ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବା ପାଇଁ ରାସ୍ତାରେ ଶୋଇଶୋଇ ଯାଉଛନ୍ତି ପୂଜାରୀ

oneindia

ହରଦୋଇ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ ଜଣେ ମନ୍ଦିର ପୂଜାରୀ ରାସ୍ତାରେ ଶୋଇଶୋଇ ଯାତ୍ରାରେ ବାହାରିଛନ୍ତି। ସେ ଯେପର୍ଯ୍ୟନ୍ତ ମୋଦିଙ୍କୁ ଭେଟି ନାହାନ୍ତି ଫେରିବେ ନାହଁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଜନପଦ ବଦାୟୁରେ ଇସଲାମନଗରର ପିୟାରି ନାମଦେବ ମନ୍ଦିରର ପୂଜାରୀ ରାହୁଲ ଶର୍ମା ରାସ୍ତାରେ ଶୋଇଶୋଇ ଯାତ୍ରା କରୁଛନ୍ତି। ତାଙ୍କର ଏହି ଯାତ୍ରାକୁ ପୁଲିସ ସୁରକ୍ଷା ଦେଇଛି। ଏହି ଯାତ୍ରାକୁ ନେଇ ପୂଜାରୀ କହନ୍ତି, ‘ମୁଁ ମୋର ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିିଲି, ଏଥିପାଇଁ ଦିଲ୍ଲୀ ଯାଇଥିଲି। କିନ୍ତୁ ସେଠାରେ ମୋଦିଙ୍କ ସହ ସାକ୍ଷାତ ହୋଇପାରିଲା ନାହିଁ। ସେଥିପାଇଁ ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ବାହାରିଛି।’

ପୂଜାରୀଙ୍କ ଦାବି ହେଉଛି କି, ଦେଶରେ ଆର୍ଥିକ ସ୍ଥିତି ଆଧାରରେ ଆରକ୍ଷଣ ଲାଗୁ କରାଯାଉ, ନଚେତ ଏହାକୁ ବନ୍ଦ କରାଯାଉ। ସମସ୍ତ ବିଧାୟକ ମନ୍ତ୍ରୀଙ୍କ ସମ୍ପତ୍ତି ସିବିଆଇ ଯାଞ୍ଚ ହେଉ ଓ ଏହାକୁ ଗଣମାଧ୍ୟମ ସମ୍ମୁଖରେ ରଖାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe