“ମସ୍କୋରେ କ୍ଷମତା ପରିବର୍ତ୍ତନ ପାଇଁ ଅଭିଯାନ କରିନଥିଲୁ” ମୁହଁ ଖୋଲିଲେ ପ୍ରିଗୋଜିନ୍

“ମସ୍କୋରେ କ୍ଷମତା ପରିବର୍ତ୍ତନ ପାଇଁ ଅଭିଯାନ କରିନଥିଲୁ” ମୁହଁ ଖୋଲିଲେ ପ୍ରିଗୋଜିନ୍

ମସ୍କୋ : ମସ୍କୋ ଦଖଲ ପାଇଁ ଏକ ଅସଫଳ ଉଦ୍ୟମ କରି ପଛକୁ ହଟିବା ପରେ ବେସରକାରୀ ସେନା ୱାଗନର ଗ୍ରୁପ୍ ମୁଖ୍ୟ ୟେଭଗେନି ପ୍ରିଗୋଜିନ୍ ମୁହଁ ଖୋଲିଛନ୍ତି । ସେ  କହିଛନ୍ତି ଯେ ତାଙ୍କ ସୈନ୍ୟମାନେ ରୁଷରେ କ୍ଷମତା ପରିବର୍ତ୍ତନ ପାଇଁ ଅଭିଯାନ କରିନଥିଲେ ।

ଟେଲିଗ୍ରାମ ଆପରେ ପୋଷ୍ଟ ହୋଇଥିବା ୧୧ ମିନିଟର ନୂଆ ଅଡିଓରେ ଓ୍ଵାଗନର ଗ୍ରୁପ୍ ମୁଖ୍ୟ ୟେଭଗେନି ପ୍ରିଗୋଜିନ୍ କହିଛନ୍ତି, ୟୁକ୍ରେନରେ ସେମାନଙ୍କ ପ୍ରତି ହେଉଥିବା ଆଚରଣକୁ ବିରୋଧ କରିବାକୁ ଏହା କରାଯାଇଥିଲା । ତେବେ ଏହି ଅଡିଓରେ ସେ ବର୍ତ୍ତମାନ କେଉଁଠି ଅଛନ୍ତି କିମ୍ବା ତାଙ୍କ ଭବିଷ୍ୟତ ଯୋଜନା କ'ଣ ତାହା କହିନାହାନ୍ତି।

ଶନିବାର ଦିନ ସେ ଋଷର ରାଜଧାନୀ ମସ୍କୋ ଅଭିମୁଖେ ଯାତ୍ରା କରୁଥିବା ତାଙ୍କ ସୈନ୍ୟମାନଙ୍କୁ ପଛକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ତାଙ୍କର ଠିକଣା ଏବେ ଗୋପନ ରହିଛି । ରୁଷ୍ ଗଣମାଧ୍ୟମରେ ଅନେକ କଳ୍ପନାଜଳ୍ପନା ଚାଲିଥିବା ବେଳେ କୁହାଯାଉଛି ଯେ ପ୍ରିଗୋଜିନ୍ ର ଲୋକମାନେ ମସ୍କୋଠାରୁ ମାତ୍ର ୨୦୦ କିଲୋମିଟର ଦୂରରେ ଥିଲେ। ରକ୍ତପାତ ଏଡ଼ାଇବା ପାଇଁ ସେ ଫେରିବାକୁ ନିଷ୍ପତ୍ତି ନେଇଥିବା ପ୍ରିଗୋଜିନ୍ କହିଛନ୍ତି। ବେଲାରୁସ୍ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଙ୍କୋଙ୍କ ସହାୟତାରେ କ୍ରେମଲିନ୍ ଓ୍ବାଗନର ଗ୍ରୁପ ସହ ବୁଝାମଣା କରିବାରେ ସଫଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe