Image Courtesy of Zee News
ତିରୁବନନ୍ତପୁରମ୍: ଫିଜ୍ ଦେଇ ନ ଥିବାରୁ ଦୁଇ ଜଣ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ଦୀର୍ଘ ଦୁଇ ଘଣ୍ଟା କାଳ ଖରାରେ ଠିଆ କରାଇଥିବା କାରଣରୁ ଶନିବାର ଦିନ କେରଳ ଶିଶୁ ଅଧିକାର କମିସନ ଏକ ମାମଲା ରୁଜୁ କରିଛି। ପିଲା ଦୁହିଁଙ୍କ ମଧ୍ୟରୁ ଜଣକର ଦୃଷ୍ଟି ଶକ୍ତି ଜନିତ ସମସ୍ୟ ଅଛି।
ଖରାରେ ଠିଆ ହୋଇଥିବାରୁ ପିଲା ଦୁଇଟି ଅଚେତ ହୋଇ ପଡ଼ିଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଅଲୁବା ନିକଟବର୍ତ୍ତୀ କରୁମାଲ୍ଲରସ୍ଥିତ ଏକ ଅଣଅନୁଦାନପ୍ରାପ୍ତ ସ୍କୁଲ୍ରେ ପିଲା ଦୁଇଟି ଦ୍ୱିତୀୟ ଶ୍ରେଣୀରେ ପଢ଼ନ୍ତି। ସେମାନେ ଫିଜ୍ର ଶେଷ କିସ୍ତି ଦେଇ ପାରି ନ ଥିଲେ।
ଗଣମାଧ୍ୟମ ରିପୋର୍ଟ ଆଧାରରେ ମାମଲା ରୁଜୁ କରାଯାଇଥିବା କଥା କମିସନ୍ କହିଛି।
ସ୍କୁଲ୍ ଏବଂ ଶିକ୍ଷା ବିଭାଗ କର୍ତ୍ତୃକ୍ଷଙ୍କ ନିକଟରୁ ଏ ସଂକ୍ରାନ୍ତରେ ରିପୋର୍ଟ ମଗା ଯାଇଛି।
ସ୍କୁଲ୍ ବିରୋଧରେ କେରଳ ମାନବ ଅଧିକାର କମିସନ୍ ମଧ୍ୟ ଏକ ମାମଲା ରୁଜୁ କରିଛି।
Follow Us