ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ ନୀତୀଶ କୁମାର: ଡାକ୍ତରଙ୍କ ପାଇଁ ୫ ଲକ୍ଷ କିଟ୍‌ ମାଗିଥିଲୁ, ୪,୦୦୦ ପାଇଛୁ

Advertisment
ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ ନୀତୀଶ କୁମାର: ଡାକ୍ତରଙ୍କ ପାଇଁ ୫ ଲକ୍ଷ କିଟ୍‌ ମାଗିଥିଲୁ, ୪,୦୦୦ ପାଇଛୁ

Moneycontrol

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସବୁ ରାଜ୍ୟ ମୁଖ୍ୟମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ କରିଥିଲେ। ତେବେ ମୋଦୀଙ୍କ ସହ ଭିଡିଓ କନଫରେନ୍ସ ପାଇଁ ବିଜେପିର ସହଯୋଗୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଭିଯୋଗର ଏକ ତାଲିକା ପ୍ରସ୍ତୁତ କରିଥିଲେ। ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇ ଦେବା ସଂକ୍ରାନ୍ତ ଅଭିଯୋଗ ନୀତୀଶଙ୍କ ଅଭିଯୋଗ ତାଲିକାର ପ୍ରଥମେ ରହିଥିଲା। କରୋନା ଯୁଦ୍ଧରେ ଦେଶ ଜିତିବ ଏବଂ ସମସ୍ତ ଚ୍ୟାଲେଂଜକୁ ସାମ୍ନା କରି ଏହି ମହାମାରୀକୁ ବିନାଶ କରିବ ବୋଲି ନୀତୀଶ ଦୃଢ଼ତାର ସହ କହିଥିଲେ। । ଭିଡିଓ କନଫରେନ୍ସ ସମୟରେ ନୀତୀଶ କହିଥିଲେ, ଆମେ ୫ ଲକ୍ଷ ପିପିଇ କିଟ୍‌ ଦାବି କରିଥିଲୁ କିନ୍ତୁ ମାତ୍ର ୪,୦୦୦ ପାଇଲୁ। ୧୦ ଲକ୍ଷ ଏନ୍‌-୯୫ ମାସ୍କ ପାଇଁ ଦାବି କରିଥିଲୁ କିନ୍ତୁ ମାତ୍ର ୧୦,୦୦୦ ମିଳିଛି। ୧୦ ଲକ୍ଷ ପିଆଇ ମାସ୍କ ମଗାଯାଇଥିବା ବେଳେ ମାତ୍ର ୧ ଲକ୍ଷ ମିଳିଛି। ବିହାର ସରକାର ୧୦୦ ଭେଣ୍ଟିଲେଟର ପାଇଁ କହିଥିଲେ ମଧ୍ୟ ଗୋଟିଏ ବି ମିଳିନି ବୋଲି ସେ କହିଥିଲେ। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ମୋଦୀଙ୍କୁ ସେମାନଙ୍କ ଦାବି ସମ୍ପର୍କରେ ଅବଗତ କରିଥିଲେ।
ଭାରତର ପରିସ୍ଥିତି ୟୁରୋପ ଭଳି ହେବନାହିଁ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ୩/୪: ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ହେଉଥିଲେ ମଧ୍ୟ ଭାରତରେ ୟୁରୋପ୍‌ ଭଳି ସ୍ଥିତି ହେବନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି। ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକାରେ ଅଲଗା ପରିସ୍ଥିତି ଏବଂ ଭାରତର ସ୍ଥିତି ଏହାଠାରୁ ଭିନ୍ନ ବୋଲି ସେ କହିଛନ୍ତି। କେବଳ ଦିଲ୍ଲୀର ଜମାତ୍‌ ସମ୍ମିଳନୀ ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଭାଇରସ୍‌ ଆକ୍ରାନ୍ତଙ୍କ ସଖ୍ୟା ବଢ଼ିଛି ଏବଂ ଏହାକୁ ଜାତୀୟସ୍ତରର ସ୍ଥିତି ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଭାରତ କରୋନାର ମୁକାବିଲା ପାଇଁ ଆଗୁଆ ଯୋଜନାବଦ୍ଧ ରଣନୀତିରେ କାମ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe