ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଉପଭୋକ୍ତାମାନଙ୍କ ସବସିଡିକୁ ମଞ୍ଜୁର

Advertisment
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଉପଭୋକ୍ତାମାନଙ୍କ ସବସିଡିକୁ ମଞ୍ଜୁର

representational immage - Business Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‌ୟୁୱାଇ)ର ହିତାଧିକାରୀମାନଙ୍କୁ ବର୍ଷକୁ ୧୨ଟି ରିଫିଲ୍‌ ପର୍ଯ୍ୟନ୍ତ ୧୪.୨ କିଲୋଗ୍ରାମର ଗୋଟିଏ ଲେଖାଏଁ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡିକୁ ମଞ୍ଜୁରି ଦିଆଯାଇଛି ।

୧ ମାର୍ଚ୍ଚ ୨୦୨୩ ସୁଦ୍ଧା ପିଏମୟୁୱାଇରେ ୯.୫୯ କୋଟି ହିତାଧିକାରୀ ରହିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଏଥିପାଇଁ ମୋଟ ୬,୧୦୦ କୋଟି ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଏ ବାବଦରେ ମୋଟ ୭,୬୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ସବସିଡି ଅର୍ଥ ସିଧାସଳଖ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ। ଆଇଓସିଏଲ, ବିପିସିଏଲ ଏଚପିସିଏଲ ୨୨ ମେ, ୨୦୨୨ ପୂର୍ବରୁ ଏହି ସବସିଡି ଦେଇ ଆସୁଛନ୍ତି। ଗ୍ରାମୀଣ ଓ ବଞ୍ଚିତ ଗରିବ ପରିବାରଗୁଡ଼ିକୁ ରୋଷେଇ ଲାଗି ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ ଗ୍ୟାସ (ଏଲପିଜି)ଯୋଗାଇ ଦେବା ନିମନ୍ତେ ସରକାର ମେ ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe