ଦୁର୍ଘଟଣା ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

Advertisment

ଅନୁକମ୍ପା ସହାୟତା ଘୋଷଣା କଲେ

ଅନୁକମ୍ପା ସହାୟତା ଘୋଷଣା କଲେ

ମହାରାଷ୍ଟ୍ର ପାଇଁ ୨ ଲକ୍ଷ କୋଟିର ପ୍ରକଳ୍ପ ଅନୁମୋଦିତ: ମୋଦୀ

First India

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ଜଳପାଇଗୁଡିରେ ଦୁର୍ଗାପୂଜା ଉତ୍ସବ ସମୟରେ ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ଲାଗି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଦୁଃଖଦ ଦୁର୍ଘଟଣାରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମ୍‌ଏନ୍‌ଆର୍‌ଏଫ୍‍)ରୁ ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆହତମାନଙ୍କୁ ୫୦,୦୦୦ ଟଙ୍କା କରି ପ୍ରଦାନ କରାଯିବ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‍ କରିଛି- ପଶ୍ଚିମବଙ୍ଗର ଜଳପାଇଗୁଡିରେ ଦୁର୍ଗାପୂଜା ଉତ୍ସବ ସମୟରେ ଏହି ଦୁଃଖଦ ଦୁର୍ଘଟଣା ପାଇଁ ବ୍ୟଥିତ। ଯେଉଁମାନେ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ପଶ୍ଚିମବଙ୍ଗର ଜଳପାଇଗୁଡିରେ ଦୁର୍ଗା ପୂଜା ଉତ୍ସବ ସମୟରେ ଦୁଃଖଦ ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ୨ ଲକ୍ଷ ଟଙ୍କାକରି ପ୍ରଦାନ କରାଯିବ। ଆହତମାନଙ୍କୁ ୫୦,୦୦୦ ଟଙ୍କା କରି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe