ମୁକାବିଲା ପାଇଁ ବଡ଼ ପ୍ରସ୍ତୁତି: ୩ ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

Advertisment

ଭାରତ-ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଯେକୌଣସି ସମୟରେ ଯୁଦ୍ଧ ବ୍ୟାପକ ରୂପ ନେଇପାରେ। ତେଣୁ ଜରୁରୀ ସ୍ଥିତିର ମୁକାବିଲା ପାଇଁ ସବୁପ୍ରକାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରତିରକ୍ଷା, ଗୃହ, ସ୍ବାସ୍ଥ୍ୟ, ଅର୍ଥ, ସଡ଼କ ପରିବହନ....

ଭାରତ-ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଯେକୌଣସି ସମୟରେ ଯୁଦ୍ଧ ବ୍ୟାପକ ରୂପ ନେଇପାରେ। ତେଣୁ ଜରୁରୀ ସ୍ଥିତିର ମୁକାବିଲା ପାଇଁ ସବୁପ୍ରକାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରତିରକ୍ଷା, ଗୃହ, ସ୍ବାସ୍ଥ୍ୟ, ଅର୍ଥ, ସଡ଼କ ପରିବହନ....

sddcxxc
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଯେକୌଣସି ସମୟରେ ଯୁଦ୍ଧ ବ୍ୟାପକ ରୂପ ନେଇପାରେ। ତେଣୁ ଜରୁରୀ ସ୍ଥିତିର ମୁକାବିଲା ପାଇଁ ସବୁପ୍ରକାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରତିରକ୍ଷା, ଗୃହ, ସ୍ବାସ୍ଥ୍ୟ, ଅର୍ଥ, ସଡ଼କ ପରିବହନ ଆଦି ବିଭାଗର ମନ୍ତ୍ରୀମାନେ ଏକାଧିକ ସମୀକ୍ଷା ବୈଠକ କରିଛନ୍ତି। ଏସବୁ ବୈଠକରେ ଏନ୍‌ଏସ୍‌ଏ, ସିଡିଏସ୍‌, ସେନାମୁଖ୍ୟ, ବିଭାଗୀୟ ସଚିବ, ବରିଷ୍ଠ ଅଧିକାରୀ, ସିଆରପିଏଫ୍‌, ବିଏସ୍‌ଏଫ୍‌, ସିଆଇଏସ୍‌ଏଫ୍‌ ସମେତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ମୁଖ୍ୟମାନେ ଯୋଗ ଦେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ନର୍ଥ ବ୍ଲକ୍‌ ଏବଂ ସାଉଥ୍ ବ୍ଲକ୍‌ ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୩ ସେନା ମୁଖ୍ୟଙ୍କ ସହ ବୈଠକ କରି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଏନ୍‌ଏସ୍‌ଏ ଅଜିତ ଡୋଭଲ ଏବଂ ସିଡିଏସ୍‌ ଅନୀଲ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଶୀର୍ଷ ସାମରିକ ପଦାଧିକାରୀଙ୍କ ସହ ଜାତୀୟ ସୁରକ୍ଷା ସ୍ଥିତି ନେଇ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି।  ସିଡିଏସ୍‌ ଅନୀଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ବାୟୁସେନା ମୁଖ୍ୟ ମାର୍ସାଲ ଅମରପ୍ରୀତ ସିଂହ, ନୌସେନା ମୁଖ୍ୟ ଆଡମିରାଲ୍‌ ଦିନେଶ କୁମାର ତ୍ରିପାଠୀ ଏବଂ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ସହ ସେ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି।  
୩ ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ସୀମା, ବିମାନବନ୍ଦର ସୁରକ୍ଷା ନେଇ ଶାହଙ୍କ ବୈଠକ   
ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କଲେ ମନ୍ତ୍ରୀ ନଡ୍ଡା  
ସିଡିଏସ୍‌, ସେନା‌ ମୁଖ୍ୟଙ୍କ ସହ ରାଜନାଥଙ୍କ ଆଲୋଚନା 
ବ୍ୟାଙ୍କ, ବୀମା କମ୍ପାନି ମୁଖ୍ୟଙ୍କ ସହ ଅର୍ଥମନ୍ତ୍ରୀଙ୍କ ବୈଠକ
ସଡ଼କ ସ୍ଥିତିର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସୀମା ସ୍ଥିତି ଏବଂ ବିମାନବନ୍ଦରର ସୁରକ୍ଷା ଆଦିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ମଧ୍ୟାହ୍ନ ୧୨ଟା ୩୦ରେ ଗୃହମନ୍ତ୍ରୀ ଶାହ ବିଏସ୍‌ଏଫ୍‌, ସିଆଇଏସ୍‌ଏଫ୍ ଏବଂ ବିସିଏଏସ୍‌ ଡିଜିମାନଙ୍କ ସହ ବୈଠକ କରିଥିଲେ। ଶାହଙ୍କ ବାସଭବନରେ ପ୍ରାୟ ୧ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଏଥିରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଆଇବି ନିର୍ଦ୍ଦେଶକ ତପନ ଡେକା, ବିଏସ୍‌ଏଫ୍‌ ଡିଜି ଦଲଜିତ ଚୌଧୁରୀ, ସିଆଇଏସ୍‌ଏଫ୍‌ ଡିଜି ଆରଏସ୍‌ ଭଟି, ବିସିଏଏସ୍‌ (ବେସାମରିକ ବିମାନଚଳାଚଳ ବ୍ୟୁରୋର ମହାନିର୍ଦ୍ଦେଶକ) ରାଜେଶ ନିରୱନ ଉପସ୍ଥିତ ଥିଲେ। ବୈଠକରେ ଉପସ୍ଥିତ ଥିବା ଅଧିକାରୀମାନେ ଶାହଙ୍କୁ ସୁରକ୍ଷା ପ୍ରସ୍ତୁତି ଏବଂ ବାସ୍ତବ ସ୍ଥିତି ସଂକ୍ରାନ୍ତରେ ଅବଗତ କରିଥିଲେ। ଗୃହମନ୍ତ୍ରୀ ମଧ୍ୟ ଗୁରୁବାର ରାତିରେ ସମସ୍ତ ସୀମା ସୁରକ୍ଷା ବାହିନୀ ଡିଜିଙ୍କ ସହ ଆଲୋଚନା କରି ଭାରତୀୟ ସୀମାରେ ସାଂପ୍ରତିକ ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ଅବଗତ ହୋଇଥିଲେ।  
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ନେଇ ଜରୁରୀ ‌ବୈଠକ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ। ଯେକୌଣସି ପ୍ରକାର ଜରୁରୀ ସ୍ଥିତିର ମୁକାବିଲା ପାଇଁ ହସ୍ପିଟାଲ୍‌ଗୁଡ଼ିକ କିଭଳି ପ୍ରସ୍ତୁତ ଅଛନ୍ତି, ସେ ନେଇ ନଡ୍ଡାଙ୍କୁ ଅବଗତ କରାଯାଇଛି। ହସ୍ପିଟାଲ୍‌ଗୁଡ଼ିକରେ ଆବଶ୍ୟକ ପରିମାଣର ଔଷଧ ମହଜୁଦ ରଖିବା ସହିତ ପର୍ଯ୍ୟାପ୍ତ ରକ୍ତ ଓ ଟ୍ରମା କେୟାର କିଟ୍‌ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆଦିଲ୍ଲୀ ଏମ୍‌ସ ଏବଂ ଅନ୍ୟ ସରକାରୀ ହସ୍ପିଟାଲ୍‌ଗୁଡ଼ିକରେ ଡାକ୍ତର ଏବଂ ନର୍ସମାନେ ଜରୁରୀ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସବୁ ସରକାରୀ, ଘରୋଇ ବ୍ୟାଙ୍କ, ବୀମା କମ୍ପାନିର ଏମ୍‌ଡି ଏବଂ ସିଇଓମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।  ସମସ୍ତ ବ୍ୟାଙ୍କ ସମ୍ପୂର୍ଣ୍ଣ ଭାବେ ସତର୍କ ରହିବା ଏବଂ ଯେକୌଣସି ପ୍ରକାର ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସୀତାରମଣ ‌ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ତାଙ୍କ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ମଧ୍ୟ ଆଜି ଜରୁରୀ ବୈଠକ କରିଛନ୍ତି। ଦେଶର ସଡ଼କ ଭିତ୍ତିଭୂମିଗୁଡ଼ିକ କିଭଳି ସୁରକ୍ଷିତ ରହିବ ତାହା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ବିଶେଷକରି ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟର ସଡ଼କ ସ୍ଥିତି ମନ୍ତ୍ରୀ ସମୀକ୍ଷା କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe