ଦିଲ୍ଲୀରେ ‘ଆଦି ମହୋତ୍ସବ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

Advertisment
ଦିଲ୍ଲୀରେ ‘ଆଦି ମହୋତ୍ସବ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡ଼ିୟମରେ ଦିଲ୍ଲୀର ବୃହତ୍ତମ ଆଦିବାସୀ ମେଳା ‘ଆଦି ମହୋତ୍ସବ’କୁ ଉଦ୍‌ଘାଟନ କରିଛନ୍ତି। ଆଦିବାସୀ ମୁକ୍ତି ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ମଧ୍ୟ ସେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଉତ୍ସବରେ ଆଦିବାସୀମାନଙ୍କର ବିଭିନ୍ନ ଗୀତ-ନାଚ, କଳା, କାରୁକାର୍ଯ୍ୟ, ବିଭିନ୍ନ ଉତ୍ପାଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ସେ ଅତ୍ୟନ୍ତ ଆନନ୍ଦିତ। ଏକବିଂଶ ଶତାବ୍ଦୀର ନବଭାରତ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ର ଦର୍ଶନ ଉପରେ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। ସରକାର ଆଦିବାସୀ ସମ୍ପ୍ରଦାୟର ମଙ୍ଗଳ ପାଇଁ କାମ କରୁଛନ୍ତି। ୮-୯ ବର୍ଷ ହେଲା ଆଦିବାସୀ ମହୋତ୍ସବ ପରି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ଏବଂ ସେ ନିଜେ ଏଥିରେ ଯୋଗ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଚଳିତବର୍ଷ ଏହି ଉତ୍ସବ ଫେବ୍ରୁଆରି ୧୬ରୁ ୨୭ ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ଅନୁଷ୍ଠିତ ହେଉଛି। ଏହି ମେଳାରେ ଭାରତର ବିଭିନ୍ନ ଅଞ୍ଚଳରୁ ଆଦିବାସୀ ସଂଗଠନଗୁଡ଼ିକ ଯୋଗ ଦେଇ ୨୦୦ରୁ ଅଧିକ ଦୋକାନ ବସାଇଛନ୍ତି। ୧୦୦୦ରୁ ଅଧିକ ଆଦିବାସୀ କଳାକାର ସେମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe