ନୂତନ ବିଦ୍ୟୁତ୍‌ ବିତରଣ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Advertisment
ଅକ୍ଟୋବର ୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ

internationalnewsandviews.com

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଉଜ୍ଜ୍ୱଳ ଭାରତ, ଉଜ୍ଜ୍ୱଳ ଭବିଷ୍ୟ-ପାୱାର @-୨୦୪୭ କାର୍ଯ୍ୟକ୍ରମର ସମାପନ ଉତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ବିଦ୍ୟୁତ୍ ଆବଣ୍ଟନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହାଛଡା ଏହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏନ୍‌ଟିପିସିର ୫୨୦୦କୋଟି ଟଙ୍କାର ବିଭିନ୍ନ ସବୁଜ ଇନ୍ଧନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯାଇଥିଲା। ସେ ମଧ୍ୟ ଜାତୀୟ ସୋଲାର ରୁଫ୍‌ଟପ୍ ପୋର୍ଟାଲକୁ ଉଦ୍‌ଘାଟନ କରିଥିଲେ।

ଆଜିର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ହିତାଧିକାରୀଙ୍କ ସହିତ ଭାବବିନିମୟ କରିବା ସହିତ ଅନେକ କଥା ପଚାରି ବୁଝିଥିଲେ। ହିମାଚଳ ପ୍ରଦେଶର ମଣ୍ଡିରୁ ହଂସରାଜ ପ୍ରଧାନମନ୍ତ୍ରୀଙ୍କୁ କୁସୁମ ଯୋଜନା ସମ୍ପର୍କରେ ତାଙ୍କର ଅଭିଜ୍ଞତା ଜଣାଇଥିଲେ। ଏହି ଯୋଜନାରେ ଅନ୍ୟାନ୍ୟ ଚାଷୀମାନେ କିପରି ଆଗ୍ରହ ପ୍ରକାଶ କରୁଛନ୍ତି ସେ କଥା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ।

ତ୍ରିପୁରାର ଖୋୱାଇରୁ କଲାହ ରିଆଙ୍ଗ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ତାଙ୍କ ଗାଁରେ ବିଜୁଳି ପହଞ୍ଚାଇବା ପରେ ଲୋକଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଛି। ସୌରଶକ୍ତି ମିଳିବା ପରେ କିରୋସିନ ଉପରେ ନିର୍ଭରଶୀଳତା ଯଥେଷ୍ଟ କମିଛି। ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ ବିଜୁଳି ଆସିବା ପରେ ତାଙ୍କ ଗାଁରେ ପିଲାଙ୍କ ପାଠପଢାରେ ଉନ୍ନତି ଆସିଛି। ଶିଳ୍ପ କ୍ଷେତ୍ର ଓ ସନ୍ଧ୍ୟାକାଳୀନ ଜୀବନରେ ବଡ ପରିବର୍ତ୍ତନ ଘଟିଛି। ସେମାନେ ସହଜରେ ମୋବାଇଲ ଚାର୍ଜ କରି ନିଜର ଯୋଗାଯୋଗ ଆବଶ୍ୟକତା ପୂରଣ କରିପାରୁଛନ୍ତି। ବିଜୁଳି ବଞ୍ଚାଇବା ସହ ପିଲାଙ୍କ ପାଠପଢା ପାଇଁ ଟିଭିରେ ଶିକ୍ଷା ଚାନେଲ ଦେଖିବାକୁ ପ୍ରଧାନମନ୍ତ୍ରୀ ରିଆଙ୍ଗକୁ ପରାମର୍ଶ ଦେଇଥିଲେ।

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ କେ. କ୍ରାନ୍ତିକୁମାର ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ଦୀନଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନାର ସେ ହିତାଧିକାରୀ। ବିଜୁଳି ମିଳିବା ଦ୍ୱାରା ଗ୍ରାମବାସୀଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିଛି। ବାରାଣସୀର ପ୍ରମିଳା ଦେବୀ ସମନ୍ୱିତ ଶକ୍ତି ବିକାଶ ଯୋଜନାର ଜଣେ ହିତାଧିକାରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଜଣେ ଅଧିବାସୀ। ସେ ବିଜୁଳି ପାଇଥିବାରୁ ‘ହର୍‌ହର ମହାଦେବ’ କହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ବାବା ବିଶ୍ୱନାଥଙ୍କୁ ପ୍ରଣାମ ଜଣାଇ କାଶୀବାସୀଙ୍କ ମଙ୍ଗଳ କାମନା କରିଥିଲେ। ନଗରୀରେ ପୁରୁଣା ବିଜୁଳି ତା’ର ସବୁକୁ ହଟାଇ ନୂଆ ତାର ଲଗାଯାଇଥିବା ଜାଣି ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ।

ସୋଲାର ପ୍ୟାନେଲ ଲଗାଇବାର ଅନୁଭୂତି ସମ୍ପର୍କରେ ଅହମଦାବାଦର ଧୀରେନ ସୁରେଶ ଭାଇ ପଟେଲ ନିଜ ଛାତ ଉପରେ ସୌରଫଳକ ଲଗାଇ ଏବେ ବିଜୁଳି ବିକ୍ରି କରି ଲାଭବାନ ହେଉଥିବା କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ଆସନ୍ତା ୨୫ବର୍ଷ ମଧ୍ୟରେ ଭାରତର ବିକାଶ ପ୍ରକ୍ରିୟାରେ ଊର୍ଜା/ଶକ୍ତି କ୍ଷେତ୍ର ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଊର୍ଜା କ୍ଷେତ୍ର ଲୋକଙ୍କ ଜୀବନକୁ ସୁଗମ କରିବା ସହିତ ବେପାର ବଣିଜକୁ ମଧ୍ୟ ସହଜ ଓ ଜଞ୍ଜାଳମୁକ୍ତ କରିବ। ଆଜି ଯେଉଁସବୁ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ତାହା ଦେଶର ସବୁଜ ଇନ୍ଧନ ଉତ୍ପାଦନ ଏବଂ ଊର୍ଜା ନିରାପତ୍ତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ମୋଦୀ କହିଛନ୍ତି ଯେ ଆମ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ କ୍ଷତି ହାର ଦୁଇଅଙ୍କ ବିଶିଷ୍ଟ। ବିକାଶଶୀଳ ଦେଶଗୁଡିକରେ ଏହା ଏକ ଅଙ୍କରେ ସୀମିତ। ଏହାର ଅର୍ଥ ଭାରତରେ ବିଜୁଳି ପରିବହନ ଓ ବଣ୍ଟନ ସମୟରେ ପ୍ରଚୁର ଶକ୍ତି ନଷ୍ଟ ହେଉଛି। ଏହାଫଳରେ ଆମକୁ ଅଧିକ ବିଜୁଳି ଉତ୍ପାଦନ କରି ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ପଡୁଛି। ଦେଶର ଅନେକ ରାଜ୍ୟରେ ବିଜୁଳି ସରବରାହ ଓ ବଣ୍ଟନ ଜନିତ କ୍ଷତିକୁ କମାଇବା ପାଇଁ ବିଶେଷ ତତ୍ପରତା ଓ ଉଦ୍ୟମ ନାହିଁ। ଅନେକ ରାଜ୍ୟରେ ବିଜୁଳି ବାବଦ ଦେୟ ବାକି ପରିମାଣ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ। ସେମାନେ ଏହି ଅର୍ଥ ବିଜୁଳି ଉତ୍ପାଦନକାରୀ କମ୍ପାନିଗୁଡିକୁ ନ ଦେଇ ପକାଇ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe