ନୂଆଦିଲ୍ଲୀ: ସୋମବାର ଉତ୍ତରପ୍ରଦେଶର ବୃନ୍ଦାବନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ଯୋଗ ଦେଇ ଗରିବ ସ୍କୁଲ ପିଲାଙ୍କୁ ନିଜ ହାତରେ ଖାଦ୍ୟ ପରଶିଛନ୍ତି । ପାଖାପାଖି ୩୦୦ ଗରିବ ପିଲାଙ୍କୁ ମୋଦି ନିଜ ହାତରେ ଖାଦ୍ୟ ପରଶିଥିବା ଜଣାପଡ଼ିଛି ।
ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଉପରେ ମୋଦି ଜୋର ଦେଇଛନ୍ତି । ଖାଦ୍ୟପାନୀୟ, ଟୀକାକରଣ ଓ ସ୍ୱଚ୍ଛତା ବାଲ୍ୟ ସୁରକ୍ଷାର ୩ଟି ସୂତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଟୀକାକରଣ ଅଭିଯାନ ମିଶନ ମୋଡରେ କାମ କରୁଛି ବୋଲି ଏହି ଅବସରରେ ମୋଦି କହିଛନ୍ତି । ମିଶନ ଇନ୍ଦ୍ରଧନୂଷରେ ପାଖାପାଖି ୩ କୋଟି ୪୦ଲକ୍ଷ ଶିଶୁ ଓ ୯୦ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି ।
Follow Us