‘ପ୍ରଧାନମନ୍ତ୍ରୀ ମୋଦୀ ପରିବର୍ତ୍ତନର ମୁଖିଆ’

Advertisment
‘ପ୍ରଧାନମନ୍ତ୍ରୀ ମୋଦୀ ପରିବର୍ତ୍ତନର ମୁଖିଆ’

Image Courtesy of SME Street

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତର ମୁଖ୍ୟ ସଂସ୍କାରକ ତଥା ପରିବର୍ତ୍ତନ ମୁଖିଆ ବୋଲି କହିଛନ୍ତି। ୨୦୧୫ରେ ଟାଇମ୍‌ ମାଗାଜିନ୍‌ରେ ପ୍ରକାଶିତ ଏକ ଲେଖାରେ ଓବାମା ମୋଦୀଙ୍କୁ ଭାରତର ‘ସଂସ୍କାରକ ମୁଖ୍ୟ’ ଭାବେ ବର୍ଣ୍ଣନା କରିଥିଲେ। ମୋଦୀଙ୍କ ଜୀବନ ଯାତ୍ରା ତଥା ଦାରିଦ୍ର୍ୟରୁ -ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ଭାରତର ଗତିଶୀଳତାକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ।

ଓବାମା କହିଥିଲେ, ଛୋଟ ଥିବାବେଳେ ମୋଦୀ ପରିବାର ଚଳାଇବାପାଇଁ ବାପାଙ୍କୁ ଚା’ ବିକିବାରେ ସହଯୋଗ କରୁଥିଲେ। ଆଜି ‌ସେ ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ରର ନେତା। ତାଙ୍କ ଜୀବନ ଯାତ୍ରା ତଥା ଗରିବ ଅବସ୍ଥାରୁ ପ୍ରଧାନମନ୍ତ୍ରୀ ପଦରେ ଆସୀନ ହେବା ଭାରତର ଗତିଶୀଳତା ଏବଂ ଭାରତର ବିକାଶର ଦକ୍ଷତାକୁ ପ୍ରତିଫଳିତ କରୁଛି। ଓବାମା କହିଥିଲେ, ‌ମୋଦୀ ଅଧିକରୁ ଅଧିକ ଭାରତୀୟଙ୍କୁ ସହଯୋଗ କରିବାପାଇଁ ପ୍ରତିଶ୍ରୁତିବଦ୍ଧ। ଦାରିଦ୍ର୍ୟ କମାଇବା ସହ ଶିକ୍ଷା‌କ୍ଷେତ୍ରରେ ସଂସ୍କାର ଏବଂ ମହିଳା ସଶକ୍ତିକରଣ ପାଇଁ ମୋଦୀ ଦୃଢ଼ ଲକ୍ଷ୍ୟ ରଖିଛନ୍ତି। ଓବାମାଙ୍କ ନୂଆ ପୁସ୍ତକ ‘ଏ ପ୍ରମିସ୍‌ଡ ଲ୍ୟାଣ୍ଡ୍‌’ରେ ସେ ସେ ରାହୁଲଙ୍କ ବିଷୟରେ ଯାହା ଲେଖିଛନ୍ତି ତାହା ଚର୍ଚ୍ଚାର ପରିସରକୁ ଆସିବାପରେ ମୋଦୀଙ୍କ ସମ୍ପର୍କରେ ସେ ପୂର୍ବରୁ ଯାହା କହିଥିଲେ ‌ତାହା ମଧ୍ୟ ଆଲୋଚନାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe