ପୁଲୱାମା ସହିଦ୍‌ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି: ଦେଶ ବଳିଦାନକୁ ଭୁଲିବ ନାହିଁ

Advertisment
ଜୟନ୍ତୀରେ ବିଜୁବାବୁଙ୍କ ସାହସିକତା କଥା ମନେପକାଇଲେ ମୋଦୀ

Image Source: Zee News

ନୂଆଦିଲ୍ଲୀ: ୨୦୧୯, ଫେବ୍ରୁଆରି ୧୪ରେ ଜମ୍ମୁ କାଶ୍ମୀରର ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ବୀର ଯବାନଙ୍କ ବଳିଦାନକୁ କଦାପି ଭୁଲିବ ନାହିଁ। ପୁଲୱାମା ଆକ୍ରମଣରେ ଜୀବନ ଦେଇଥିବା ଯବାନ ଅସାଧାରଣ ବ୍ୟକ୍ତି ଥିଲେ, ଯେଉଁମାନେ ଆମ ରାଷ୍ଟ୍ରର ସେବା ଏବଂ ସୁରକ୍ଷା ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଥିଲେ।

ସୂଚନାଯୋଗ୍ୟ ଗତ ବର୍ଷ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସିଆର୍‌ପିଏଫ୍‌ର ୪୦ ଯବାନ ସହିଦ ହୋଇଯାଇଥିଲେ। ଏହାକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପୁଲୱାମାର ପ୍ରତିଶୋଧ ନେଇ ଭାରତ ବିମାନ ଆକ୍ରମଣ ଦ୍ବାରା ବାଲାକୋଟ ସ୍ଥିତ ଜୈସ୍‌ର ଆତଙ୍କବାଦୀ ଶିବିରକୁ ଧ୍ବସ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe