୭୦ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସାରା ଦେଶରେ ବିଜେପି ପାଳନ କରୁଛି ସେବା ସପ୍ତାହ

୭୦ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସାରା ଦେଶରେ ବିଜେପି ପାଳନ କରୁଛି ସେବା ସପ୍ତାହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ହେଉଛି ୭୦ ତମ ଜନ୍ମଦିନ । ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କୁ ଦେଶ ବିଦେଶରୁ ଜଣାଶୁଣା ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀଙ୍କ ଜନ୍ମ ଦିବସ ଅବସରରେ ଦେଶର ବିଭିନ୍ନ ଅଂଚଳରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟର ବଡ଼ନଗରରେ ଜନ୍ମଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋଟ ୭ ଜଣ ଭାଇ-ଭଉଣୀ । ସେମାନେ ହେଲେ ପ୍ରହ୍ଲାଦ ମୋଦୀ, ସୋମା ମୋଦୀ, ପଂକଜ ମୋଦୀ, ବସଂନ୍ତିବେନ ହଂସମୁଖଲାଲା ମୋଦୀ, ଅମୃତି ମୋଦୀ ପ୍ରମୁଖ ।

ତେବେ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ବିଶେଷ ପ୍ରସ୍ତତି ହୋଇଛି । ଏହି ଅବସରରେ ୧୪ରୁ ୨୦ ସେପେଟମ୍ବରକୁ ସେବା ସପ୍ତାହ ଭାବେ ପାଳନ କରୁଛି ବିଜେପି।  ପ୍ରତ୍ୟେକ ଜିଲ୍ଲାରେ ବୁଥ ସ୍ତରୀୟ  କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।  ଏଥିମଧ୍ୟରେ ରହିଛି ରକ୍ତଦାନ, ପିଲାଙ୍କୁ ପୁସ୍ତକ ବଣ୍ଟନ ଓ ହସପିଟାଲରେ ଫଳ ବଣ୍ଟନ ।  ଏଥିପାଇଁ  ଅଲଗା ଅଲଗା ସେବା କାର୍ଯ୍ୟ ଆୟୋଜ ନକରିବାକୁ ବିଜେପି ସଭାପତି ଜେପି. ନଡ୍ଡା  କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

प्रधानमंत्री नरेंद्र मोदी aajtak

କ୍ଷମତାକୁ ଆସିବା ପରେ ନରେନ୍ଦ୍ର ମୋଦୀ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି, ଯାହାର ଚର୍ଚ୍ଚା କେବଳ ଦେଶ ନୁହେଁ ସମଗ୍ର ବିଶ୍ୱରେ ହେଉଛି। ପ୍ରଧାନମନ୍ତ୍ରୀ ଭାବରେ ମୋଦୀ ଏଭଳି ଅନେକ ସଫଳତା ହାସଲ କରିଛନ୍ତି, ଯାହା ତାଙ୍କ ଇଚ୍ଛା ଶକ୍ତିକୁ ସିଧାସଳଖ ଦର୍ଶାଉଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ରଦ୍ଦ କରିବା କିମ୍ବା ମୁସଲମାନ ମହିଳାମାନଙ୍କୁ ତିନ ତଲାକରୁ ମୁକ୍ତ କରିବା କଥା ହେଉ, ନିଜ ନିଷ୍ପତ୍ତି ଜରିଆରେ ସେ ଜନତାଙ୍କ ପ୍ରଶଂସାର ପାତ୍ର ବନିଛନ୍ତି। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହ ଦୀର୍ଘ ଦିନ ଧରି ଚାଲିଆସୁଥିବା ଏହି ବିବାଦର ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିଥିଲା। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜନ କଲ୍ୟାଣ ସହ ଜଡିତ ଅନେକ ଯୋଜନା ଘୋଷଣା କରାଯାଇଥିଲା ଏବଂ ତାଙ୍କୁ କାର୍ଯ୍ୟକାରୀ ମଧ୍ୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe