ସାକ୍ଷାତକାରରେ ଅକ୍ଷୟଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ମୋଦି : ଓଲଟା ଘଡି ପିନ୍ଧିବାର କାରଣ ଓ ବିରୋଧୀଙ୍କ ସହିତ ସୁସମ୍ପର୍କ ଥିବା କଥା କହିଲେ

Advertisment
ସାକ୍ଷାତକାରରେ ଅକ୍ଷୟଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ମୋଦି : ଓଲଟା ଘଡି ପିନ୍ଧିବାର କାରଣ ଓ ବିରୋଧୀଙ୍କ ସହିତ ସୁସମ୍ପର୍କ ଥିବା କଥା କହିଲେ

ନୂଆଦିଲ୍ଲୀ: ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେଇଛନ୍ତି। ଯାହାର ଟିଜର ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଅକ୍ଷୟ କୁମାରଙ୍କ କହିବାନୁସାରେ, ଏହି ସାକ୍ଷାତକାର ସମ୍ପୂର୍ଣ୍ଣ ଭାବେ ଅଣ-ରାଜନୈତିକ। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କୁ କ’ଣ ସବୁ ପଚାରିଥିଲେ ଅକ୍ଷୟ କୁମାର।

ମୋଦିଙ୍କୁ ପ୍ରଥମ ପ୍ରଶ୍ନ: ମୋର ଡ୍ରାଇଭରଙ୍କ ଝିଅ ପ୍ରଶ୍ନ ପଚାରିଛି କି ଆମର ପ୍ରଧାନମନ୍ତ୍ରୀ କ’ଣ ଆମ୍ବ ଖାଆନ୍ତି? ଯଦି ଖାଆନ୍ତି କେମିତି ଖାଆନ୍ତି? ଗୋଟା ନା କାଟି କି?

ମୋଦି: ହଁ, ମୁଁ ଆମ୍ବ ଖାଏ ଓ ଆମ୍ବ ମୋତେ ବହୁତ ପସନ୍ଦ। ଗୁଜୁରାଟରେ ତ ଆମ୍ବ ରସର ପରମ୍ପରା ଅଛି। ମୁଁ ଯେତେବେଳେ ଛୋଟ ଥିଲି ଆମ୍ବ କିଣିବାକୁ ପାଖରେ ଅର୍ଥ ନଥିଲା। କ୍ଷେତକୁ ଗଲେ ଆମେ ଗଛରେ ଚଢ଼ି ଆମ୍ବ ଖାଇ ଥାଉ। ଚାଷୀ ବି ଆମକୁ ଅଟକାଇ ନଥାଏ। କିନ୍ତୁ ଆମ୍ବ ଚୋରି କରିଲା ବେଳେ ଗାଳି ପଡ଼ୁଥିଲା। ମୋତେ ଗଛରେ ଲାଗିଥିବା ପାଚିଲା ଆମ୍ବ ଖାଇବାକୁ ବହୁତ ଭଲ ଲାଗେ। ଧୀରେ ଧୀରେ ବଡ଼ ହେବା ପରେ ବିଭିନ୍ନ ପ୍ରକାର ଆମ୍ବ ଖାଇବାକୁ ମିଳିଥିଲା। କିନ୍ତୁ ଏବେ ଆମ୍ବ ଖାଇବାରେ କଣ୍ଟ୍ରୋଲ କରିବାକୁ ପଡ଼ୁଛି। ଆମ୍ବ ଖାଇଲା ବେଳେ ଭାବିବାକୁ ପଡ଼ୁଛି ଏତିକି ଖାଇବି ନା ଆଉ ଟିକେ ଖାଇବି।

publive-image

ଅକ୍ଷୟ: ମୋଦୀଙ୍କୁ କେବେ କ୍ରୋଧ ଆସିଛି?  ସେ କାହା ଉପରେ କ୍ରୋଧ ପ୍ରକାଶ କରିଛନ୍ତି?

ମୋଦି: ଏହାର ଆରମ୍ଭ ୧୮-୨୨ ବର୍ଷର ଜୀବନ ଯାତ୍ରା ସମୟରେ ହିମାଳୟରୁ ନେଇ ସନ୍ୟାସର ଅନୁଭବ ମୋତେ ଅନୁଶାସନ ଓ ଆତ୍ମ-ନିୟନ୍ତ୍ରଣ ବିଷୟରେ ଶିଖାଇଛି। ମନରେ ତ କ୍ରୋଧ ଆସିଥାଏ କିନ୍ତୁ ମୁଁ ଏହି କ୍ରୋଧକୁ କାହାରି ଉପରେ ପ୍ରକାଶ କରି ନାହିଁ। ଚପରାସୀ ଠାରୁ ଆରମ୍ଭ କରି ଚିଫ୍‌ ସେକ୍ରେଟାରି ସ୍ତର ପର୍ଯ୍ୟନ୍ତ କ୍ରୋଧକୁ ବ୍ୟକ୍ତ କରିବାର ଅବସର ମିଳି ନାହିଁ। ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ରହିଥିଲି। କିନ୍ତୁ କାହା ଉପରେ କେବେ ବି କ୍ରୋଧ ଆସି ନାହିଁ। ସମସ୍ତଙ୍କୁ ମୁଁ ସବୁବେଳେ ଭଲ କାମ ପାଇଁ ପ୍ରେରିତ କରିଥାଏ।

publive-image

ଅକ୍ଷୟ: ଆପଣଙ୍କର ବିରୋଧୀ ରାଜନୈତିକ ନେତାଙ୍କ ସହ ସଂପର୍କ କେମିତି?

ମୋଦି: ବିରୋଧୀ ଦଳ ନେତାଙ୍କ ସହିତ ମୋର ଭଲ ସମ୍ପର୍କ ଅଛି। କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମୋର ଜଣେ ଭଲ ବନ୍ଧୁ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମୋତେ ବହୁତ ସମ୍ମାନ କରି ଥାଆନ୍ତି। ମମତା ଦିଦି ଆଜି ବି ବର୍ଷକୁ ଗୋଟିଏ କିମ୍ବା ଦୁଇଟି କୁର୍ତ୍ତା ପଠାଇ ଥାଆନ୍ତି। ସେହିପରି ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ବି ବର୍ଷକୁ ୩/୪ ଥର ବଙ୍ଗାଳୀ ମିଠା ପଠାଇ ଥାଆନ୍ତି।

ଅକ୍ଷୟ: ଆପଣ ପିଲାବେଳେ କେଉଁ ଖେଳ ଖେଳୁଥିଲେ?

ମୋଦି: ପିଲାବେଳେ ଗୁଲିଦଣ୍ଡା ଖେଳିବାକୁ ଭଲ ଲାଗୁଥିଲା। ଏହାଛଡ଼ା ଅଧିକାଂଶ ସମୟ ମୁଁ ପହଁରିବାକୁ ଚାଲି ଯାଉଥିଲି।

publive-image

ଅକ୍ଷୟ: ଓଲଟା ଘଡି ପିନ୍ଧିବା ପଛର ରହସ୍ୟ କ’ଣ?

ମୋଦି: ମୁଁ ଏଥିପାଇଁ ଓଲଟା ଘଡ଼ି ପିନ୍ଧି ଥାଏ କି ସମୟ ଦେଖିଲା ବେଳେ କାହାକୁ ଜଣାପଡ଼ିବ ନାହିଁ। ମିଟିଂରେ ଥିବା ସମୟରେ ଓଲଟା ଘଡ଼ି ପିନ୍ଧି ଥିବା ହେତୁ ସମୟ ଦେଖି ନିଏ। ଏମିତି କରିବା ଦ୍ୱାରା ମୁଁ ଲୁଚି ଲୁଚି ସମୟ ଦେଖୁଛି ବୋଲି କେହି ଜାଣି ପାରନ୍ତି ନାହିଁ।

ଅକ୍ଷୟ: ଆପଣଙ୍କୁ ଥଣ୍ଡା ହେଲେ କ’ଣ କରି ଥାଆନ୍ତି?
ମୋଦି: ସୋରିଷ ତେଲ ଗରମ କରି ନାକରେ ପକାଇ ଦେଇଥାଏ। ଥଣ୍ଡା ଛାଡ଼ି ଯାଇଥାଏ।

publive-image

ଅକ୍ଷୟ: ଯଦି  ଆପଣଙ୍କୁ ଆଲାଦିନ୍‌ର ଚିରାଗ ମିଳେ ଓ  ତିନିଟି ଜିନିଷ ମାଗିବାକୁ କୁହାଯିବ ତେବେ କ’ଣ କ’ଣ ମାଗିବେ?

ମୋଦି: ମୁଁ ପ୍ରଥମେ ଯୁବପିଢ଼ିଙ୍କୁ କହିବି ସେମାନେ ଆଲାଦିନ୍‌ ଉପରେ ବିଶ୍ୱାସ କରିବା ବନ୍ଦ କରନ୍ତୁ। ଏପରି କରବା ଦ୍ୱାରା ଆଳସ୍ୟ ଆସିଥାଏ। ଏହା ଆମର ଚିନ୍ତା ନୁହେଁ। କିପରି ପରିଶ୍ରମ କରିବା ତାହା ଆମର ଚିନ୍ତା ହେବା ଉଚିତ।

ଅକ୍ଷୟ: ନିଜ  ମା’  ଓ ପରିବାର ସହିତ ରହିବାକୁ ଆପଣଙ୍କର ଇଚ୍ଛା ହୁଏ ନାହିଁ?
ମୋଦି: ପିଲାଟି ବେଳକୁ ମୁଁ ଘର ଛାଡ଼ି ଦେଇଛି। ତେଣୁ କିଛି ମୋହମାୟା ମୋର ନାହିଁ। ମୋର ମା’ କହିଥାଏ କି ମୋର ପଛରେ ତୋର ସମୟ ନଷ୍ଟ କରିବା ଆଦୌ ଦରକାର ନାହିଁ। ମା’ ଦିଲ୍ଲୀ ଆସିଲେ ବି ମୁଁ ତାକୁ ସମୟ ଦେଇ ପାରେ ନାହିଁ। ତେଣୁ ସେ ଗାଁର ଲୋକଙ୍କ ସହିତ ରହିଲେ ମୋତେ ଭଲ ଲାଗେ।

ଅକ୍ଷୟ: ଆପଣ ସନ୍ୟାସୀ ନା ସେନାରେ ଭର୍ତ୍ତି ହେବା ପାଇଁ ଚାହୁଥିଲେ? କ’ଣ ଆପଣ ଭାବିଥିଲେ ପ୍ରଧାନମନ୍ତ୍ରୀ ହେବେ ବୋଲି?

ମୋଦି: ପିଲାଟି ବେଳୁ ପାଠପଢ଼ିବା ମୋର ସ୍ୱଭାବ ଥିଲା। ବଡ଼ବଡ଼ ଲୋକଙ୍କ ଜୀବନୀ ପଢ଼ୁଥିଲି। କେବେ ଯଦି ସେନାକୁ ଦେଖେ ସେମାନଙ୍କୁ ସ୍ୟାଲୁଟ୍‌ ମାରିଥାଏ। ଦେଶର ପ୍ରଧାନମନ୍ତ୍ରୀ ହେବି ବୋଲି ମୁଁ କେବେ ଭାବି ନଥିଲି। ମୋର ପରିବାରର କୌଣସି ସଦସ୍ୟଙ୍କ ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ନଥିଲା। ୧୯୯୨ ଯୁଦ୍ଧ ପରେ ସେନାରେ ଯୋଗଦେବାକୁ ଚାହୁଁଥିଲି । କେବେ ବି ଭାବି ନଥିଲି ପ୍ରଧାନମନ୍ତ୍ରୀ ହେବି ବୋଲି । ପରିବାର ଲୋକେ ଚାହୁଁଥିଲେ ଭଲ ଚାକିରି କରିବାକୁ ।

publive-image

ଅକ୍ଷୟ: ଗୁଜୁରାଟରେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ବନିଲେ। ଆପଣଙ୍କ ଆକାଉଣ୍ଟରେ ୨୧ଲକ୍ଷ ଟଙ୍କା ଥିଲା। ସେହି ୨୧ ଲକ୍ଷକୁ ନିଜର କର୍ମଚାରୀଙ୍କ ପିଲାଙ୍କ ନାମରେ କରିଦେଲେ। ଆଜି ଆପଣଙ୍କ ବ୍ୟାଙ୍କ ବାଲାନ୍ସ କେତେ ଅଛି?

ମୋଦି: ମୁଖ୍ୟମନ୍ତ୍ରୀ ବନିବା ପୂର୍ବରୁ ମୋର ବ୍ୟାଙ୍କ ଆକାଉଣ୍ଟ ନଥିଲା। ବିଧାୟକ ବନିଲା ପରେ ବେତନ ଆସିଲା। ପିଲାବେଳେ ଦେନା ବ୍ୟାଙ୍କରେ ଖାତା ଖୋଲିଥିଲି। ଟଙ୍କା ଜମା କରିବା ପାଇଁ ମୋର ପାଖରେ ଅର୍ଥ ନଥିଲା। କିଛି ଦିନ ପରେ ମୁଁ ଗାଁ ଛାଡ଼ି ଚାଲି ଆସିଥିଲି। ୩୦-୩୨ ବର୍ଷ ପର୍ଯ୍ୟନ୍ତ ଏହି ଆକାଉଣ୍ଟ ରହିଥିଲା। ପରେ ବ୍ୟାଙ୍କ କର୍ମଚାରୀ ମୁଁ ରାଜନୀତିରେ ପଶିଛି ବୋଲି ଜାଣିବା ପରେ ମୋ ପାଖକୁ  ସେହି ଆକାଉଣ୍ଟକୁ ବନ୍ଦ କରିବା ପାଇଁ ସାଇନ ଲାଗି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe