ରୋମ୍ : ରୋମ୍ଠାରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପୁରୋଦୃଷ୍ଟି ‘ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ’ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ଏଥି ସହ ଭାରତ ୨୦୨୨ରେ ବିଶ୍ବର ଚାହିଦା ପୂରଣ କରିବା ପାଇଁ ୫୦୦ କୋଟିରୁ ଊର୍ଦ୍ଧ୍ବ କୋଭିଡ୍-୧୯ ଟିକା ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି।
ବିଶ୍ବର ୨୦ଟି ବୃହତ୍ ଅର୍ଥନୀତି-ବିଶିଷ୍ଟ ଦେଶର ନେତାମାନେ ଶନିବାର ଇଟାଲିର ରୋମ୍ ନଗରୀରେ ଜି-୨୦ ଶିଖର ସମ୍ମିଳନୀରେ ଏକତ୍ରିତ ହୋଇଥିବା ବେଳେ ମୋଦୀ କୋଭିଡ୍-୧୯ ମହାମାରୀ ବିରୋଧରେ ଭାରତର ଲଢ଼େଇ ଉପରେ ଆଲୋକପାତ କରିଥିଲେ। ଜଳବାୟୁ ପରିବର୍ତ୍ତନ, କୋଭିଡ୍୧୯ ଓ ଅର୍ଥନୈତିକ ସୁଧାର ଉପରେ ଆଲୋଚନା ପାଇଁ ଆୟୋଜିତ ଉକ୍ତ ଦୁଇଦିନିଆ ସମ୍ମିଳନୀରେ ମୋଦୀ ତାଙ୍କର ଭିଜନ ‘ୱାନ୍ ଆର୍ଥ, ୱାନ୍ ହେଲ୍ଥ’ ଉପସ୍ଥାପନ କରିଥିଲେ। ଭବିଷ୍ୟତରେ ଏପରି ସଂକଟର ମୁକାବିଲା କରିବା ପାଇଁ ଏହି ମନ୍ତ୍ର ସାହାଯ୍ୟ କରିବ। ମହାମାରୀ ସମୟରେ ଭାରତ ୧୫୦ଟି ଦେଶକୁ ଔଷଧ ଯୋଗାଇଛି। ଏଥି ସହ ଭାରତ ଟିକା ଗବେଷଣା ଓ ପ୍ରସ୍ତୁତି କାର୍ଯ୍ୟକୁ ଫୂରା ଦମ୍ରେ ତ୍ବରାନ୍ବିତ କରୁଛି ବୋଲି ମୋଦୀ ସମ୍ମିଳନୀ କହିଥିଲେ। ଏହି ଅବସରରେ ଅର୍ଥନୈତିକ ସୁଧାର ଓ ଯୋଗାଣ ଶୃଙ୍ଖଳ ବିବିଧୀକରଣରେ ଭାରତର ଅଂଶୀଦାର ହେବା ପାଇଁ ମୋଦୀ ଜି୨୦ ଦେଶଗୁଡ଼ିକୁ ଆହ୍ବାନ କରିଥିଲେ।
Follow Us