ନୂଆଦିଲ୍ଲୀ: ଲାଲକିଲ୍ଲା ନିକଟରେ ଆଜି ସନ୍ଧ୍ୟାରେ ବିସ୍ଫୋରଣ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକମାନଙ୍କ ପରିବାର ପାଇଁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ପରିସ୍ଥିତି ଉପରେ ନଜର ରଖିବା ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥା ହୋଇଛି ବୋଲି ମୋଦୀ ଟୁଇଟ୍ କରିଛନ୍ତି। ଏହି ବିସ୍ଫୋରଣ ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଥିବା ବେଳେ ଅନ୍ୟ ୨୪ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରାଜଧାନୀ ଛାତିରେ ବିସ୍ଫୋରର
ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିରାଟ ବିସ୍ଫୋରଣ ପରେ ଦୋହଲି ଯାଇଛି ଦିଲ୍ଲୀ। ରାଜଧାନୀ ଛାତିରେ ବିସ୍ଫୋରଣ ପରେ ସବୁଠି ଆତଙ୍କ ଖେଳିଯାଇଥିବା ବେଳେ ହାଇ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ, ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଓଡିଶାରେ ହାଇ ଆଲର୍ଟ ଜାରି କରାଯାଇଛି।
ଆହୁରି ପଢ଼ନ୍ତୁ: High Alert At Puri: ଦିଲ୍ଲୀରେ ବିସ୍ଫୋରଣ: ଶ୍ରୀକ୍ଷେତ୍ର ସହିତ ସାରା ରାଜ୍ୟରେ ହାଇଆଲର୍ଟ
୧୩ଜଣଙ୍କ ମୃତ୍ୟୁ, ୨୪ ଆହତ
ଏହି ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ୨୪ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସଂଖ୍ୟା ଅଧିକ ହେବା ଆଶଙ୍କା ରହିଛି। ତେବେ କାହିଁକି ହେଲା ବିସ୍ଫୋରଣ? ବିସ୍ଫୋରଣ ପଛର କାରଣ କଣ? ବୋଲି ତନାଘନା ହେଉଥିବା ବେଳେ ଦିଲ୍ଲୀର ବିସ୍ଫୋରଣକୁ ନେଇ ଚର୍ଚ୍ଚା ସବୁଠି ଚାଲିଛି।
ଆହୁରି ପଢ଼ନ୍ତୁ: Delhi Red Fort Explosion: ଧିରେ ଧିରେ ଆସି ଟ୍ରାଫିକରେ ଅଟକିଲା… ତାପରେ ବିରାଟ ବିସ୍ଫୋରଣ ଘଟିଲା, ହସ୍ପିଟାଲ ଅଭିମୁଖେ ଶାହ
ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ଲାଲକିଲ୍ଲା ନିକଟରେ ଆଜି ସନ୍ଧ୍ୟାରେ ବିସ୍ଫୋରଣ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକମାନଙ୍କ ପରିବାର ପାଇଁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ପରିସ୍ଥିତି ଉପରେ ନଜର ରଖିବା ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥା ହୋଇଛି ବୋଲି ମୋଦୀ ଟୁଇଟ୍ କରିଛନ୍ତି। ଏହି ବିସ୍ଫୋରଣ ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଥିବା ବେଳେ ଅନ୍ୟ ୨୪ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/10/narendra-modi-2025-11-10-22-17-52.jpg)