ଗଣତନ୍ତ୍ରକୁ ଧ୍ୱଂସ କରିବା ପାଇଁ ହେଉଥିବା ଷଡଯନ୍ତ୍ରର ଜବାବ ଗଣତାନ୍ତ୍ରିକ ଉପାୟରେ ଦେଇଛି ଭାରତ

Advertisment
ଗଣତନ୍ତ୍ରକୁ ଧ୍ୱଂସ କରିବା ପାଇଁ ହେଉଥିବା ଷଡଯନ୍ତ୍ରର ଜବାବ ଗଣତାନ୍ତ୍ରିକ ଉପାୟରେ ଦେଇଛି ଭାରତ

ndtv

ନୂଆଦିଲ୍ଲୀ: ଜୁନ୍‌ ୨୬-୨୭ରେ ହେବାକୁ ଥିବା ‘ଜି୭’ ବୈଠକରେ ଯୋଗଦେବା ପାଇଁ ଜର୍ମାନିରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବହୁସଂଖ୍ୟକ ଭାରତୀୟ ବଂଶୋଦ୍ଭବ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଯେଉଁ ଗଣତନ୍ତ୍ର ଆମର ଗର୍ବ, ଯେଉଁ ଗଣତନ୍ତ୍ର ପ୍ରତ୍ୟେକ ଭାରତୀୟଙ୍କ ଡିଏନଏରେ ଅଛି, ସେହି ଗଣତନ୍ତ୍ରକୁ ୪୭ବର୍ଷ ପୂର୍ବେ ବନ୍ଧକ ରଖିବା ଏବଂ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା। ହେଲେ ଗଣତନ୍ତ୍ରକୁ ଧ୍ୱଂସ କରିବା ପାଇଁ ହେଉଥିବା ଷଡଯନ୍ତ୍ରର ଜବାବ ଗଣତାନ୍ତ୍ରିକ ଉପାୟରେ ଦେଇଥିଲା ଭାରତ।

ସେ ଆହୁରି କହିଛନ୍ତି ‌ଯେ, ଆମେ ଯେଉଁଠି ବି ରହୁ, ଆମ ଗଣତନ୍ତ୍ର ଉପରେ ଗର୍ବ କରୁ। ପ୍ରତ୍ୟେକ ଭାରତୀୟ ଗର୍ବର ସହିତ କୁହନ୍ତି, ଭାରତ ହେଉଛି ମଦର ଅଫ୍ ଡେମୋକ୍ରାସୀ। ବିଦେଶରେ ଭାରତକୁ ପ୍ରଶଂସା କରିବା ସହ ଭାରତରେ କରାଯାଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଶିକ୍ଷା, ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଚାକିରି ଓ ବିଜୁଳି  ସଂଯୋଗ ଉପରେ ଭାରତ ସରକାର କିଭଳି ଭାବେ ପ୍ରଶଂସନୀୟ କାମ କରିଛନ୍ତି, ସେ ବିଷୟରେ ବିଦେଶରେ ଥିବା ଭାରତୀୟ ବଂଶୋଦ୍ଭଙ୍କୁ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

ସୂଚନାଯୋଗ୍ୟ, ଜର୍ମାନିରେ ପ୍ରଧାନମନ୍ତ୍ରୀ ମୋଦୀ ‘ଜି୭’ ଏବଂ ଅତିଥି ରାଷ୍ଟ୍ରମାନଙ୍କ ସହିତ ବୈଠକ କରି ସମସାମୟିକ ସମସ୍ୟା ସଂକ୍ରାନ୍ତରେ ମତବିନିମୟ କରିବେ। ଭାରତକୁ ଫେରିବା ବାଟରେ ପ୍ରଧାନମନ୍ତ୍ରୀ ‘ୟୁଏଇ’ ଗସ୍ତରେ ଯାଇ ଜୁନ୍‌ ୨୮ ତାରିଖ ଦିନ ‘ୟୁଏଇ’ର ପୂବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ସ୍ବର୍ଗତ ଶେଖ୍‌ ଖଲିଫା ବିନ୍‌ ଜା‌ୟେଦ୍‌ ଅଲ୍‌ ନାହିୟାନ୍‌ଙ୍କ ପ୍ରତି ବ୍ୟକ୍ତିଗତ ଶୋକବ୍ୟକ୍ତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe