ନୂଆଦିଲ୍ଲୀ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ସଂପର୍କରେ ପରୋକ୍ଷରେ ଏକ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ନିୟମ ସିଷ୍ଟମକୁ ଠିକ କରିବାକୁ ଉଦ୍ଦିଷ୍ଟ, କିନ୍ତୁ ଏହା ଲୋକମାନଙ୍କୁ ସମସ୍ୟାରେ ପକାଇବା ଉଚିତ ନୁହେଁ । ଆଇନ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ଉଦ୍ଦିଷ୍ଟ, ସମସ୍ୟା ପାଇଁ ନୁହେଁ।
ଆହୁରି ପଢନ୍ତୁ : India VS South Africa Match: ସମାନ ଟିମ୍...ସମାନ ସ୍ଥାନ, ମଧୁର ହେବ କି ୧୦ବର୍ଷ ତଳର ତିକ୍ତ ଅନୁଭୂତି?
ମୋଦୀଙ୍କ ଏହି ବୟାନକୁ ଇଣ୍ଡିଗୋ ସଂକଟ ସହ ଯୋଡ଼ାଯାଉଛି କାରଣ ଡିଜିସିଏ ପକ୍ଷରୁ ଲାଗୁ କରାଯାଇଥିବା ନୂଆ ଏଫଡିଟିଏଲ ନିୟମ ଯୋଗୁଁ ଇଣ୍ଡିଗୋର ଏପରି ସଂକଟ ହୋଇଥିବା କୁହାଯାଉଛି । ଇଣ୍ଡିଗୋ ଏହା ମଧ୍ୟ କହିଛି ଯେ ସେମାନେ ପୂର୍ବରୁ DGCA ସହିତ ଏହି ନୂତନ ନିୟମ ବିଷୟରେ ଆଲୋଚନା କରିସାରିଛନ୍ତି କାରଣ ଏହା କ୍ରୁ ସୂଚୀରେ ସମସ୍ୟା ସୃଷ୍ଟି କରୁଛି।
ଆହୁରି ପଢନ୍ତୁ : Barabati T-20 : ମହାପ୍ରଭୁଙ୍କ ଦର୍ଶନ କଲେ ଟିମ ଇଣ୍ଡିଆ ଖେଳାଳି
ଲୋକସଭାରେ ବୟାନ ଦେବେ ମନ୍ତ୍ରୀ
ସୂଚନାଯୋଗ୍ୟ ଯେ ଏହି ସଂକଟକୁ ନେଇ ଆଜି ଡିଜିସିଏ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି । ଏହା ପରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଏ ସଂପର୍କରେ ଲୋକସଭାରେ ବୟାନ ରଖିବେ । ଗତ କାଲି ସେ ରାଜ୍ୟସଭାରେ କହିଥିଲେ ଯେ ଏହି ସମସ୍ୟା ନୂଆ ନିୟମ ଯୋଗୁଁ ନୁହେଁ ବରଂ ଇଣ୍ଡିଗୋର ତ୍ରୁଟିପୂର୍ଣ୍ଣ ରୋଷ୍ଟରିଂ ନୀତି ଓ ଅପରେସନ ପ୍ଲାନିଂ ପାଇଁ ହୋଇଛି । ସେପଟେ ଇଣ୍ଡିଗୋର ଫ୍ଲାଇଟ ବାତିଲ ଜାରି ରହିଛି । ଆଜି କେବଳ ଦିଲ୍ଲୀ ଏୟାରପୋର୍ଟରେ ୧୫୨ଟି ଫ୍ଲାଇଟ ବାତିଲ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/09/modi-indigo-2025-12-09-11-59-23.jpg)