ନୂଆଦିଲ୍ଲୀ: ଆଜି ସକାଳେ ବିଧିବିଧାନ ଅନୁଯାୟୀ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ ‘ସେଙ୍ଗୋଲ୍’ ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଲୋକାର୍ପଣ କରିବା ସଙ୍କେତ ସ୍ବରୂପ ଏକ ‘ଫଳକ’ ବା ‘ପ୍ଲେକ୍’ ଉନ୍ମୋଚନ କରିଛନ୍ତି।
ବୈଦିକ ମନ୍ତ୍ରୋଚାରଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା କକ୍ଷରେ ‘ସେଙ୍ଗୋଲ୍’ ସ୍ଥାପନା କରି ତାମିଲ୍ନାଡୁରୁ ଆସିଥିବା ଅଧୀନମ୍ମାନଙ୍କ ଶୁଭାଶୀର୍ବାଦ ଗ୍ରହଣ କରିଥିଲେ।
ନୂଆ ସଂସଦ ଭବନ ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ ଓ ବିକାଶରେ କାର୍ଯ୍ୟ କରିଥିବା ଲୋକମାନଙ୍କୁ ସମ୍ମାନିତ କରିଥିଲେ।
/sambad/media/post_attachments/wp-content/uploads/2023/05/sarvadharma.jpg) Image Courtesy of Times of India
 Image Courtesy of Times of Indiaଏହାପରେ ନୂଆ ସଂସଦ ଭବନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କ୍ୟାବିନେଟ୍ ମନ୍ତ୍ରୀମାନେ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ‘ସର୍ବଧର୍ମ’ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ।
ଏହା ହେଉଛି ସଂସଦ ଭବନ ଲୋକାର୍ପଣର ପ୍ରଥମ ପର୍ଯ୍ୟାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଲୋକସଭା କକ୍ଷରେ ଜାତୀୟ ସଙ୍ଗୀତ ଗାନ ସହିତ ଲୋକାର୍ପଣ ଉତ୍ସବର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ।
ଆଜି ନୂଆ ସଂସଦ ଭବନ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାରମ୍ପରିକ ବେଶପୋଷାକ ସାଜି ୧ ନମ୍ବର ଫାଟକ ବାଟେ ସଂସଦ ପରିସରକୁ ପ୍ରବେଶ କରିଥିଲେ। ସେଠାରେ ତାଙ୍କୁ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ସ୍ବାଗତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2023/05/f4631fb2-f375-4e24-b812-b539dd3c5cde.jpg)