ଭୋଟ୍‌ ଦେବା ପୂର୍ବରୁ ମାଆଙ୍କ ଚରଣ ଛୁଇଁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଭୋଟ୍‌ ଦେବା ପୂର୍ବରୁ ମାଆଙ୍କ ଚରଣ ଛୁଇଁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ANI

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅହମ୍ମଦାବାଦ୍‌ରେ ତୃତୀୟ ପର୍ଯ୍ୟାୟ ମତଦାନରେ ଭୋଟ୍‌ ଦେବା ପୂର୍ବରୁ ଗୁଜୁରାଟର ଗାନ୍ଧୀନଗରସ୍ଥିତ ଥିବା ତାଙ୍କ ବାସଭବନକୁ ଯାଇଥିବା ଜାଣିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ବାସଭବନ ଯାଇ ସେଠାରେ ତାଙ୍କ ମାଆଙ୍କୁ ଭେଟିଛନ୍ତି। ମୋଦୀ ଭୋଟ ଦେବା ପୂର୍ବରୁ ମାଆ ହୀରାବେନ୍‌ଙ୍କୁ ଭେଟି ତାଙ୍କର ଚରଣ ସ୍ପର୍ଶ କରି ତାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି।

ମୋଦୀ ମାଆଙ୍କୁ ଭେଟିବା ସହ ତାଙ୍କ ସହ ଜଳଖିଆ ବି କରିଛନ୍ତି। ହୀରାବେନ୍‌ ତାଙ୍କ ପୁଅକୁ ଖୁଆଇ ଦେଉଥିବା ବେଳେ ମୋଦୀ ମଧ୍ୟ ଶ୍ରଦ୍ଧାର ସହ ମାଆଙ୍କୁ ଖୁଆଇ ଦେଉଥିବାର ଦେଖିବାକୁ ମିଳିଛି। ମାଆ-ପୁଅଙ୍କର ଏହି ସ୍ୱତନ୍ତ୍ର ମୁହୂର୍ତ୍ତରେ ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାକୁ ଲାଗିିଛି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ନିର୍ବାଚନ ବି ପୂର୍ବ ପରି ବାରଣାସୀରୁ ଲଢୁଛନ୍ତି। ଆଜି ତୃତୀୟ ପର୍ଯ୍ୟାୟ ମତଦାନରେ ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ମତଦାନ ହେବ। ଏଥର ବାରଣାସୀରେ ମୋଦୀଙ୍କ ବିରୋଧରେ ବହୁ ନିଆରା ପ୍ରତିଦ୍ୱନ୍ଦ୍ୱୀମାନେ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe