ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ(କେକେ)ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Advertisment
ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ(କେକେ)ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

english.manoramaonline.com

ନୂଆଦିଲ୍ଲୀ: ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ(କେକେ)ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଟ୍ବିଟ କରି କହିଛନ୍ତି ଯେ, କ୍ରିଷ୍ଣକୁମାର ଜଣେ ଭଲ ଗାୟକ ଥିଲେ। ସେ ପ୍ରତ୍ୟେକ ବର୍ଗର ଲୋକଙ୍କ ମନକୁ ଛୁଇଁଲା ଭଳି ଗୀତ ଗାଇଥିବାବେଳେ ଅନେକ ଭାଷାରେ ବି ଗୀତ ଗାଇ ସମସ୍ତଙ୍କୁ ମୁଗ୍ଧ କରିଛନ୍ତି।

ଏଥିପାଇଁ ତାଙ୍କ ଲୋକପ୍ରିୟତା ବୃଦ୍ଧି ପାଇବା ସହିତ ସେ କେକେ ନାମରେ ପରିଚିତ ଥିଲେ। ତାଙ୍କ ଅକାଳ ମୃତ୍ୟୁ ସଂଗୀତ ଜଗତ ପାଇଁ ଅପୁରଣୀୟ କ୍ଷତି ପହଞ୍ଚାଇଛି। ତାଙ୍କ ଗୀତ ଦ୍ବାରା ସେ ସମସ୍ତଙ୍କ ମନରେ ସର୍ବଦା ରହିଥିବେ ବୋଲି କହି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ କୋଲକାତାର ନାଜୁରଲ ମଞ୍ଚଠାରେ ଏକ ସଂଗୀତ ସମାରୋହ ଚାଲିଥିବାବେଳେ ସେ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe