ଆସନ୍ତାକାଲି ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
୫୦୮ ରେଳ ଷ୍ଟେସନ ନବୀକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

(Photo Credits: IANS)

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ୍ ୧୪ ତାରିଖ, ମଙ୍ଗଳବାର ସକାଳ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟୁଇଟ୍ କରାଯାଇଛି।

ଆସନ୍ତାକାଲି ହେଉଛି ଘୋଷିତ ହୋଇଥିବା ୨୧ଦିନିଆ ଲକଡାଉନ୍‌ର ଶେଷ ଦିବସ। ସେ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କିଛି ଚୂଡ଼ାନ୍ତ ନିଷ୍ପତ୍ତି କଥା କହିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ଦେଶରେ କୋରୋନାଭାଇରସ୍ ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବାକୁ ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ ୨୫ ତାରିଖରୁ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ।

ଲକ୍‌ଡାଉନ୍‌ ସମୟସୀମା ଏପ୍ରିଲ୍ ୩୦ ତାରିଖ ଯାଏଁ ବୃଦ୍ଧି କରାଯାଉ ବୋଲି ଓଡ଼ିଶା, ପଞ୍ଜାବ, ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଲକ୍‌ଡାଉନ୍‌ର ସମୟ ସୀମା ଏବଂ କରୋନାଭାଇରସ୍ ସଂକ୍ରମଣ ମୁକାବିଲା ସଂକ୍ରାନ୍ତ ଏକ ଭିଡିଓ କନ୍‌ଫରେନ୍‌ସ୍‌ରେ ପ୍ରଧାନମନ୍ତ୍ରୀ ଦୁଇ ଦିନ ତଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବିଚାରବିମର୍ଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe