ndtv
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ୧୯ ତାରିଖ ସନ୍ଧ୍ୟାରେ ପୁଣି ଓଡ଼ିଶା ଆସିବେ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୯ ତାରିଖ ସନ୍ଧ୍ୟାରେ ନରେନ୍ଦ୍ର ମୋଦୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କ ସମୀକ୍ଷା ବୈଠକରେ ଯୋଗ ଦେବେ। ସେ ଭୁବନେଶ୍ବରରେ ରାତ୍ରୀଯାପନ କରିବେ।
ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ମେ’ ୨୦ରେ ପୁରୀରେ ସକାଳୁ ପହଞ୍ଚିବା ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେବେ। ଦର୍ଶନ ସାରି ରୋଡ୍ ସୋ’ କରିବେ। ଏହି ରୋଡ୍ ସୋ’ ସମୟରେ ମୋଦୀଙ୍କ ସୁସଜ୍ଜିତ ଗାଡ଼ିରେ ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ରହିପାରନ୍ତି। ସେହିପରି ପୁରୀ ଜିଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀମାନେ, ନେତା ଓ କର୍ମୀମାନେ ଉପସ୍ଥିତ ରହିବେ। ବଡ଼ଦାଣ୍ଡରେ ପ୍ରଥମ ଥର ପାଇଁ ରୋଡ ସୋ’ହେଉଥିବାରୁ ମୋଦୀଙ୍କ ଝଲକ ପାଇବାକୁ ସମର୍ଥକମାନେ ସୁଯୋଗ ପାଇପାରିବେ।
ରୋଡ୍ ସୋ’ ଅବସରରେ ପ୍ରଧାନମନ୍ତ୍ରୀ କିଛି ବାଟ ଚାଲିଚାଲି ଲୋକଙ୍କ ସହ ହାତ ମିଳାଇବେ। ସକାଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପୁଲିସ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ଏହାପରେ କଟକ ଓ ଅନୁଗୁଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି।
Follow Us