ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସାମ ଗସ୍ତ ୨୮ରେ

Advertisment
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଂସ୍କାର ଜରୁରୀ ହୋଇପଡ଼ିଛି : ମୋଦୀ

Rediffmail

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଆସାମ ଗସ୍ତରେ ଯାଇ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଓ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ପ୍ରାୟ ୧୧ଟା ବେଳେ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାର ଦିଫୁଠାରେ ‘ଶାନ୍ତି, ଏକତା ଓ ବିକାଶ ରୢାଲି’ରେ ଉଦ୍‌ବୋଧନ ଦେବେ। ତା’ପରେ ଶିକ୍ଷା କ୍ଷେତ୍ରରେ ୫୦୦ କୋଟି ଟଙ୍କା ଅଟକଳର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ତା’ପରେ ଅପରାହ୍ଣ ପ୍ରାୟ ୧ଟା ୪୫ରେ ପ୍ରଧାନମନ୍ତ୍ରୀ ଦିବ୍ରୁଗଡ଼ସ୍ଥିତ ଆସାମ ମେଡ଼ିକାଲ କଲେଜରେ ପହଞ୍ଚି ଦିବ୍ରୁଗଡ଼ କ୍ୟାନସର ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ଦିଫୁଠାରେ ଶାନ୍ତି, ଏକତା ଓ ବିକାଶ ରୢାଲିରେ ଭାଷଣ ଦେବେ
୭ଟି କ୍ୟାନସର ହସ୍ପିଟାଲର ଉଦ୍‌ଘାଟନ ଓ ୭ଟିର ଶିଳାନ୍ୟାସ କରିବେ
- ୧୧୫୦ କୋଟି ଟଙ୍କା ଅଟକଳର ୨୯୫୦ଟି ଅମୃତ ସରୋବର ପ୍ରକଳ୍ପର ଶିଳାନ୍ୟାସ କରିବେ

ପରେ ଅପରାହ୍ଣ ପ୍ରାୟ ୩ଟାବେଳେ ଦିବ୍ରୁଗଡ଼ସ୍ଥିତ ଖାନିକର ପଡ଼ିଆରେ ଆୟୋଜିତ ସାଧାରଣ ଉତ୍ସବରେ ଯୋଗ ଦେବେ। ସେଠାରେ ସେ ଆଉ ଛଅଟି କ୍ୟାନସର ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଆଉ ୭ଟି ନୂତନ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିବେ। ଏଥି ସହ ସେ ୧୧୫୦ କୋଟି ଟଙ୍କା ବ୍ୟୟ ଅଟକଳର ୨୯୫୦ଟି ଅମୃତ ସରୋବର ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe