କୋଭିଡ ରୋଗୀଙ୍କ ସହ ଯୌନ ସଂପର୍କ ନେଇ ସତର୍କ କରାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

କୋଭିଡ ରୋଗୀଙ୍କ ସହ ଯୌନ ସଂପର୍କ ନେଇ ସତର୍କ କରାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

wionews.com

ୱେଲିଂଟନ : ନ୍ୟୁଜିଲାଣ୍ଡରେ ଏବେ କରୋନା ସଂକ୍ରମଣ ଅଧିକ ରହିଛି। ବହୁସଂଖ୍ୟକ ରୋଗୀ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାକୁ ‘ଭିଜିଟର୍ସ ଆୱାର୍ସ’ ବେଳେ ସଂପର୍କୀୟ ବା ପରିଦର୍ଶକମାନେ ରୋଗୀଙ୍କୁ ଦେଖିବାକୁ ଯାଉଛନ୍ତି। ସେହି ସମୟରେ କିଛି ରୋଗୀ ଓ ପରିଦର୍ଶକଙ୍କ ମଧ୍ୟରେ ଯୌନ ସଂପର୍କ ରହୁଥିବା ଅଭିଯୋଗ ହେଉଛି। କୋଭିଡ ସଂପର୍କିତ ଦୈନିକ ସୂଚନା ଦେବା ସମୟରେ ଜଣେ ସାମ୍ବାଦିକ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନଙ୍କୁ ଏ ନେଇ ପ୍ରଶ୍ନ ପଚାରିବାରୁ ଥଣ୍ଡା ମିଜାଜର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ହଠାତ୍‌ ଚକିତ ହୋଇଯାଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ରୋଗୀ ଓ ପରିଦର୍ଶକଙ୍କ ମଧ୍ୟରେ ଯୌନ ସଂପର୍କକୁ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ କାର୍ଯ୍ୟଭାବେ ବିବେଚନା କରାଯିବ କି ବୋଲି ସାମ୍ବାଦିକ ପଚାରିଥିଲେ।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ କୋଭିଡ ସ୍ଥିତି ଯାହା ଥାଉ ନା କାହିଁକି ଡାକ୍ତରଖାନାର ପରିଦର୍ଶନ ସମୟରେ ରୋଗୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ସାଧାରଣତଃ ଯୌନ ସଂପର୍କ ରହିବା ଉଚିତ ନୁହେଁ। ଉଲ୍ଲେଖଯୋଗ୍ୟ, ଅକଲାଣ୍ଡ ଜିଲ୍ଲା ସ୍ବାସ୍ଥ୍ୟ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କୁ ଭେଟିବାକୁ ଯାଉଥିବା ଲୋକଙ୍କ ମଧ୍ୟରୁ ଅନେକ ଯୌନ ସଂପର୍କରେ ଲିପ୍ତ ରହୁଥିବା ଅଭିଯୋଗ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe