ରାଜ୍ୟସଭାରେ ଧର୍ମେନ୍ଦ୍ର, ସୋନାଲ ମାନସିଂଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Advertisment
ଲୋକସଭାରେ ଆଲୋଚନାର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ, କୃଷି ଆଇନ ବାଧ୍ୟତାମୂଳକ ନୁହେଁ

livemint.com

ନୂଆଦିଲ୍ଲୀ : ସୋମବାର ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନୋନୀତ ସଦସ୍ୟ ସୋନାଲ ମାନସିଂହକୁ ପ୍ରଶଂସା କରିଛନ୍ତି ।

ରାଜ୍ୟସଭାରେ ବଜେଟ ଅଧିବେଶନ ପ୍ରାରମ୍ଭରେ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ ଉପରେ ହୋଇଥିବା ବିତର୍କରେ ଭାଗନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ରାଜ୍ୟସଭା ସଦସ୍ୟ ସୋନାଲ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିତର୍କରେ ୫୦ ଜଣ ସଦସ୍ୟ ଅଂଶଗ୍ରହଣ କରିଥିବାବେଳେ ଧର୍ମେନ୍ଦ୍ର ଓ ସୋନାଲଙ୍କ ସମେତ ୫ ଜଣଙ୍କ ଭାଷଣ ସଂପର୍କରେ ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଭାଷଣରେ ଆତ୍ମନିର୍ଭର ଭାରତ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିବା ଏବଂ ସୋନାଲ ମାନସିଂ ମହିଳାମାନଙ୍କର ପ୍ରତିନିଧିତ୍ବକୁ ନେଇ ମତ ରଖିଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ, କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଏକାଧିକ ଉଦାହରଣ ଦେଇଥିଲେ। ସେହିପରି ସୋନାଲ ମାନସିଂହ ମହିଳା ସଶକ୍ତୀକରଣ, ଅଙ୍ଗନବାଡି ମହିଳାଙ୍କ ପ୍ରସଙ୍ଗରେ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe