ସାଂସଦଙ୍କ ଚାପ ପଡ଼ିବାରୁ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେ ଓ କ୍ୟାବିନେଟ ମନ୍ତ୍ରୀ ବନ୍ଦୁଲା

Advertisment
ସାଂସଦଙ୍କ ଚାପ ପଡ଼ିବାରୁ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେ ଓ କ୍ୟାବିନେଟ ମନ୍ତ୍ରୀ ବନ୍ଦୁଲା

ନୂଆଦିଲ୍ଲୀ: ଲକ୍ଷଲକ୍ଷ ସଂଖ୍ୟକ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ ଘେରାଉ କରି ବିରୋଧ କରିବା ପରେ ସ୍ଥିତିକୁ ଦେଖି ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ। ତାଙ୍କ ପରେ ପରେ କ୍ୟାବିନେଟ ମନ୍ତ୍ରୀ ବନ୍ଦୁଲା ଗୁଣବର୍ଦ୍ଦନ‌ା ମଧ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି।  ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଧନେଙ୍କ ଘରେ ଜୁମରେ ଅନୁଷ୍ଠିତ ନେତାଙ୍କ ବୈଠକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ହଟାଇବା ପ୍ରସଙ୍ଗ ରଖାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ପ୍ରଥମେ ରାଜି ହୋଇ ନଥିଲେ ବି ପରେ ସାଂସଦଙ୍କ ଚାପରେ ଇସ୍ତଫା ଦେବାକୁ ରାଜି ହୋଇଥିଲେ।

ତେବେ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଂହ କିଛି ସର୍ତ୍ତ ସହ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଏକ ସର୍ବଦଳୀୟ ସରକାର ଗଠନ କରିବାର ଦାବି ରଖିଛି। ଦେଶରେ ଇନ୍ଧନ ଏବଂ ଖାଦ୍ୟର ଅଭାବ ଭଳି ସମସ୍ୟା ଅଛି, ଯେଉଁଥିପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ପରିଦର୍ଶନ କରିବେ। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହିତ ବୈଠକ ହେବାର ଅଛି। ତେଣୁ ଏହି ସରକାର ଭାଙ୍ଗିବା ପରେ ତୁରନ୍ତ ଏକ ନୂଆ ସରକାର ଗଠନ କରାଯିବା ଉଚିତ। ସରକାରଙ୍କ ବିନା ଦେଶକୁ ଆଗେଇ ନେବା ଭୁଲ ହେବ ।

ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଋଣ ପ୍ରାୟ ୪ ଲକ୍ଷ କୋଟିରେ ପହଞ୍ଚିଥିବା ବେଳେ ବୈଦେଶିକ ମୁଦ୍ରା ପାଣ୍ଠି ଶୂନ୍ୟ ହୋଇଯାଇଛି। ୨.୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଏବେ ପେଟ୍ରୋଲ ମିଳୁ ନଥିବା ବେଳେ ବିଜୁଳି ବି ମିଳୁନାହିଁ। ଫଳରେ ଲୋକେ ବାଧ୍ୟ ହୋଇ ଏହି ଦୂରାବସ୍ଥା ଲାଗି ଶାସକଙ୍କୁ ଟର୍ଗେଟ୍ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe