ବିଦ୍ୟୁତ୍‍ କ୍ଷେତ୍ରର ନୂତନ ବିତରଣ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Advertisment
ମନ୍‌ କୀ ବାତ୍ ପାଇଁ ବିଚାର ଓ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ivemint.com

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଅପରାହ୍ନ ୧୨.୩୦ ରେ ‘ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟ - ପାୱାର @୨୦୪୭’ ର ଉଦ୍‌ଯାପନୀ ଉତ୍ସବର ଗ୍ରାଣ୍ଡ ଫାଇନାଲ୍‌ରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନୂତନ ବିତରଣ କ୍ଷେତ୍ର ଯୋଜନା ଆରମ୍ଭ କରିବେ । ସେ ଏନ୍‍ଟିପିସିର ବିଭିନ୍ନ ସବୁଜ ଶକ୍ତି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉତ୍ସର୍ଗ କରିବେ ଏବଂ ନ୍ୟାସନାଲ ସୋଲାର ରୁଫ୍‍ଟପ୍‍ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଶକ୍ତି କ୍ଷେତ୍ରରେ ଏକାଧିକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସମସ୍ତଙ୍କ ପାଇଁ ସୁଲଭ ଶକ୍ତି ଉପଲବ୍ଧ କରାଇବା ଉପରେ ଧ୍ୟାନ ଦେଇ ଏହି ସଂସ୍କାରଗୁଡିକ କାର୍ଯ୍ୟକାରୀ କରାଯାଉଛି । ପ୍ରାୟ ୧୮,୦୦୦ ଗାଁର ବିଦ୍ୟୁତୀକରଣ ଯାହାକି ପୂର୍ବରୁ ବିଦ୍ୟୁତ ସଂଯୋଗ ପାଇ ନଥିଲା ତାହା ଶେଷ ମାଇଲ ପର୍ଯ୍ୟନ୍ତ ସଂଯୋଗ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚିତ କରୁଛି। ଏକ ଐତିହାସିକ ପଦକ୍ଷେପରେ ପ୍ରଧାନମନ୍ତ୍ରୀ ଶକ୍ତି ମନ୍ତ୍ରଣାଳୟର ବହୁ ଆକାଂକ୍ଷିତ ନୂତନ ବିତରଣ କ୍ଷେତ୍ର ଯୋଜନା ଆରମ୍ଭ କରିବେ, ଯାହା ଡିସକମ୍ ଏବଂ ଶକ୍ତି ବିଭାଗର କାର୍ଯ୍ୟକ୍ଷମତା ଏବଂ ଆର୍ଥିକ ସ୍ଥିରତାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe