ଟିକାର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅହମଦାବାଦ, ପୁନେ ଓ ହାଇଦ୍ରାବାଦ ଗସ୍ତ ଆଜି

Advertisment
‘ପ୍ରଧାନମନ୍ତ୍ରୀ ମୋଦୀ ପରିବର୍ତ୍ତନର ମୁଖିଆ’

Image Courtesy of SME Street

ନୂଆଦିଲ୍ଲୀ : କୋଭିଡ ଟିକାର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅହମ୍ମଦାବାଦ ସମେତ ପୁନେ ଓ ହାଇଦ୍ରାବାଦ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅହମ୍ମଦାବାଦରେ ଜାଇଡସ୍‌ ବାୟୋଟେକ୍‌ ପାର୍କ, ପୁନେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ହାଇଦ୍ରାବାଦରେ ଭାରତ ବାୟୋଟେକ୍‌ ଫାର୍ମ ଗସ୍ତ କରିବେ ବୋଲି ପିଏମ୍‌ଓ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଏହି ୩ଟି ସହର ଗସ୍ତ କରି ବ୍ୟକ୍ତିଗତ ଭାବେ ଟିକାର ବିକାଶ, ପ୍ରସ୍ତୁତି ଏବଂ ସ୍ଥିତି ସମୀକ୍ଷା କରିବେ। ଏହି ତିନି କମ୍ପାନୀର ଟିକା ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବୈଜ୍ଞାନିକମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି କୁହାଯାଉଛି। ଅପରପକ୍ଷେ, ପ୍ରଧାନମନ୍ତ୍ରୀ ଭାରତରେ ଟିକାର ବିକାଶ, ପ୍ରସ୍ତୁତି ଓ ବଣ୍ଟନ ନେଇ ପ୍ରସ୍ତୁତ ରୋଡ୍‌ମ୍ୟାପ୍‌ର ସମୀକ୍ଷା କରିବେ। ଆସନ୍ତାକାଲି ୯ଟା ୩୦ରେ ପ୍ରଧାନମନ୍ତ୍ରୀ ପ୍ରଥମେ ଅହମଦାବାଦର ଜାଇଡସ କାଡିଲା ପ୍ଲାଣ୍ଟରେ ପହଞ୍ଚିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe