ତିନିଦିନିଆ ଜର୍ମାନୀ ଓ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଏକନାଥ, ଦେବେନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ, ଶାହା

Image Courtesy of Business Standard

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ଚାନସେଲର ଓଲାଫ ସ୍କୋଲେଜଙ୍କ ଆମନ୍ତ୍ରଣ କ୍ରମେ ଜୁନ୍ ୨୬-୨୭ରେ ଜର୍ମାନୀରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଜର୍ମାନୀର ସ୍କୋଲ୍‍ସ ଏଲମାଉ ଗସ୍ତ କରିବେ। ଏହି ସମ୍ମିଳନୀରେ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା ଏବଂ ଗଣତନ୍ତ୍ର ଉପରେ ଦୁଇଟି ଅଧିବେଶନରେ ଭାଷଣ ଦେବେ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅନ୍ତର୍ଜାତୀୟ ସହଯୋଗକୁ ମଜବୁତ କରିବାକୁ ଏକ ପ୍ରୟାସରେ ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ ଏବଂ ଦକ୍ଷିଣ ଆଫ୍ରିକା ଭଳି ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ କିଛି ଅଂଶଗ୍ରହଣକାରୀ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

ଜି-୭ ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ଜୁନ୍ ୨୮ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଯାତ୍ରା କରିବେ ଏବଂ ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖଲିଫା ବିଲ୍‍ ଜାୟେଦ ଅଲ୍‍ ନାହ୍ୟାନଙ୍କ ବିୟୋଗରେ ବ୍ୟକ୍ତିଗତ ଭାବେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ ୟୁଏଇର ନୂତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଭାବରେ ନିର୍ବାଚିତ ହୋଇଥିବାରୁ ଶେଖ ମହମ୍ମଦ ବିନ୍‍ ଜାୟେଦ ଅଲ୍‍ ନାହ୍ୟାନଙ୍କୁ ବଧେଇ ଜଣାଇବାର ସୁଯୋଗ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe