ଝାଡ଼ଖଣ୍ଡ ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ଝାଡ଼ଖଣ୍ଡରେ ଅନୁପ୍ରବେଶ ସଙ୍କଟ ବଢ଼ିଛି। ଶାସକ ଜେଏମ୍ଏମ୍ ସରକାର ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହିଁ ଏବଂ ଏହା ସଙ୍କଟ ବଢ଼ାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  କହିଛନ୍ତି।

hhfshhfhthth

ଜାମ୍‌ସେଦପୁର: ଝାଡ଼ଖଣ୍ଡରେ ଅନୁପ୍ରବେଶ ସଙ୍କଟ ବଢ଼ିଛି। ଶାସକ ଜେଏମ୍ଏମ୍ ସରକାର ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହିଁ ଏବଂ ଏହା ସଙ୍କଟ ବଢ଼ାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  କହିଛନ୍ତି। ଜେଏମ୍‌ଏମ୍‌ କିଛି ରାଜନୈତିକ ସ୍ବାର୍ଥ ହାସଲ ପାଇଁ ରୋହିଙ୍ଗ୍ୟା ଓ ବାଂଲାଦେଶୀଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଜାମସେଦ୍‌ପୁର ରାଲିରେ କହିଛନ୍ତି ଯେ ରାଜ୍ୟରେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ଲୋକମାନେ ଶାସ୍ତି ଦେବାପାଇଁ ନିଷ୍ପତ୍ତି ନେଇସାରିଛନ୍ତି। ରାଜ୍ୟରେ ଆଦିବାସୀ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଆଦିବାସୀଙ୍କ ଜମି ଜବରଦଖଲ କରାଯାଉଛି।

ପଂଚାୟତରେ ଅନୁପ୍ରବେଶକାରୀମାନେ ନିଜ ଅକ୍ତିଆରକୁ ଆଦିବାସୀଙ୍କ ଜମି ନେଉଛନ୍ତି । ଝିଅମାନଙ୍କ ପ୍ରତି ଅପରାଧ ଘଟଣା ବଢିବାରେ ଲାଗିଛି। ଅନୁପ୍ରବେଶକାରୀଙ୍କ କାରଣରୁ ପ୍ରତ୍ୟେକ ଝାଡ଼ଖଣ୍ଡୀ ଅସୁରକ୍ଷିତ ଅନୁଭବ କରୁଛନ୍ତି। ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କୁ  ସମର୍ଥନ କରି ଜେଏମ୍‌ଏମ୍‌ ଯେଉଁ ରଣନୀତି ଅବଲମ୍ବନ କରିଛି ତାହା କଦାପି ରାଜ୍ୟର ସ୍ବାର୍ଥରେ ନୁହେଁ।   ଅନୁପ୍ରବେଶକାରୀ ଓ ଉଗ୍ରବାଦୀମାନେ ଜେଏମ୍‌ଏମ୍‌ ସମର୍ଥନରେ ଯେଭଳି ଅନର୍ଥ କରୁଛନ୍ତି ତାହାକୁ ରାଜ୍ୟବାସୀ ଅଧିକ କାଳ ବରଦାସ୍ତ କରିବେ ନାହିଁ। କଂଗ୍ରେସର ଭୂତ ଜେଏମ୍‌ଏମ୍‌ରେ ପ୍ରବେଶ କରିଥିବାରୁ ଏପରି ଘଟିଛି।  କଂଗ୍ରେସ ଭଳି ଜେଏମ୍‌ଏମ୍‌ ମଧ୍ୟ କେବଳ ତୁଷ୍ଟୀକରଣକୁ ଆଧାର କରି ନିଜର ଭୋଟ୍ ବ୍ୟାଙ୍କ ଗଠନ କରିବାକୁ ଚାହୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe