ହରମୋହନ ସିଂହ ଯାଦବଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

Advertisment

ଶିଖ୍ ଦଙ୍ଗା ସମୟରେ ଅନେକ ଶିଖ୍‌ଙ୍କୁ ରକ୍ଷା କରି ଶୌର୍ଯ୍ୟଚକ୍ର ସମ୍ମାନ ପାଇଥିଲେ

ଶିଖ୍ ଦଙ୍ଗା ସମୟରେ ଅନେକ ଶିଖ୍‌ଙ୍କୁ ରକ୍ଷା କରି ଶୌର୍ଯ୍ୟଚକ୍ର ସମ୍ମାନ ପାଇଥିଲେ

ହରମୋହନ ସିଂହ ଯାଦବଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

The Economic Times

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ସଂସଦ, ବିଧାୟକ ଏବଂ ଶୌର୍ଯ୍ୟଚକ୍ରରେ ସମ୍ମାନିତ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ତଥା ଯାଦବ ସମ୍ପ୍ରଦାୟର ନେତା ସ୍ୱର୍ଗୀୟ ହରମୋହନ ସିଂହ ଯାଦବଙ୍କର ଦଶମ ପୁଣ୍ୟତିଥି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ମହାନ ନେତାମାନଙ୍କର ଗୌରବମୟ ଐତିହ୍ୟକୁ ମନେ ପକାଇ କହିଥିଲେ ଯେ, “ହରମୋହନ ସିଂହ ଯାଦବ ତାଙ୍କର ଦୀର୍ଘ ରାଜନୈତିକ ଜୀବନକାଳରେ ଉତ୍ତରପ୍ରଦେଶ ଓ କାନପୁରର ମାଟିରେ ଡ. ରାମ ମନୋହର ଲୋହିଆଙ୍କ ବିଚାରଗୁଡିକୁ ଆଗକୁ ବଢ଼ାଇଥିଲେ। ସେ ରାଜ୍ୟ ଏବଂ ଦେଶର ରାଜନୀତି କ୍ଷେତ୍ରରେ ଯେଉଁ ଯୋଗଦାନ ଦେଇଥିଲେ, ସମାଜ ନିମନ୍ତେ ଯେଉଁ କାର୍ଯ୍ୟ କରିଥିଲେ, ତାହା ଆଜିର ପିଢ଼ିର ମାର୍ଗଦର୍ଶନ କରୁଛି। ‘ଗ୍ରାମ ସଭାରୁ ରାଜ୍ୟ ସଭା ପର୍ଯ୍ୟନ୍ତ’ ତାଙ୍କର ଦୀର୍ଘ ଏବଂ ବିଶେଷ ଯାତ୍ରାରେ ସମାଜ ଓ ସମ୍ପ୍ରଦାୟ ପ୍ରତି ତାଙ୍କର ସମର୍ପଣ ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

ହରମୋହନ ସିଂହ ଯାଦବ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ରହିଥିଲେ ଏବଂ ବିଧାୟକ, ରାଜ୍ୟସଭା ସଦସ୍ୟ ଓ ଅଖିଳ ଭାରତୀୟ ଯାଦବ ମହାସଭାର ଅଧ୍ୟକ୍ଷ ରୂପରେ ବିଭିନ୍ନ ପଦବିରେ ରହି କାର୍ଯ୍ୟ କରିଥିଲେ। ସେ ନିଜର ପୁଅ ସୁଖରାମ ସିଂହଙ୍କ ସହାୟତାରେ କାନପୁର ଏବଂ ଏହାର ଆଖପାଖରେ ଅନେକ ଶିକ୍ଷା ସଂସ୍ଥାନ ସ୍ଥାପନ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୧୯୮୪ ଶିଖ୍ ବିରୋଧୀ ଦଙ୍ଗା କାରଣରୁ ଅନେକ ଶିଖ୍ ଲୋକଙ୍କର ଜୀବନ ରକ୍ଷା କରିବା କ୍ଷେତ୍ରରେ ବୀରତା ପ୍ରଦର୍ଶନ କରିବା ନିମନ୍ତେ ହରମୋହନ ସିଂହ ଯାଦବଙ୍କୁ ୧୯୯୧ରେ ଶୌର୍ଯ୍ୟଚକ୍ରରେ ସମ୍ମାନିତ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe