ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ : ଯବାନଙ୍କୁ ସାଲ୍ୟୁଟ୍‌ ଜଣାଇ ଦୀପଟିଏ ଜାଳ

Advertisment
ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ : ଯବାନଙ୍କୁ ସାଲ୍ୟୁଟ୍‌ ଜଣାଇ ଦୀପଟିଏ ଜାଳ

NDTV

ନୂଆଦିଲ୍ଲୀ : ଦୀପାବଳି ଅବସରରେ ଦୀପଟିଏ ଜାଳି ଭାରତୀୟ ଯବାନଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କହିଛନ୍ତି। ଯବାନଙ୍କ ଅସୀମ ସାହସ ଓ ନିଷ୍ଠା ପାଇଁ ଦୀପଟିଏ ଜାଳି ସେମାନଙ୍କୁ କୃତଜ୍ଞତା ଜଣାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଚଳିତ ଦୀପାବଳି ଆମମାନଙ୍କ ପାଇଁ ‘ଯବାନ୍‌ଙ୍କୁ ସାଲ୍ୟୁଟ’ର ବାର୍ତ୍ତା ବହନ କରୁ। ଯେଉଁମା‌ନେ ଦେଶକୁ ଅସୀମ ସାହସର ସହ ସୁରକ୍ଷିତ ରଖି ଆସିଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଶବ୍ଦ ଯଥେଷ୍ଟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେଉଁମାନେ ସବୁକିଛି ତ୍ୟାଗ କରି ସୀମା ଜଗିଛନ୍ତି ସେମାନଙ୍କ ପରିବାର ପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି। ଦୀପାବଳିରେ ପଶ୍ଚିମ ସୀମାରେ ଯବାନଙ୍କ ଗହଣରେ ପ୍ରଧାନମନ୍ତ୍ରୀ ରହିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe