ଅଗ୍ନିକାଣ୍ଡରେ ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ

Advertisment

ମୃତକଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ସାହାଯ୍ୟ ଘୋଷଣା କଲେ

ମୃତକଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ସାହାଯ୍ୟ ଘୋଷଣା କଲେ

ଅଗ୍ନିକାଣ୍ଡରେ ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ

NDTV.com

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର ସିକନ୍ଦରାବାଦଠାରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମ୍‌ଏନ୍‌ଆର୍‌ଏଫ୍‌)ରୁ ମୃତକମାନଙ୍କ ନିକଟତମ ପରିଜନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି, “ତେଲେଙ୍ଗାନାର ସିକନ୍ଦରାବାଦରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ମୃତ୍ୟୁ ଘଟଣାରେ ଦୁଃଖିତ। ଶୋକସନ୍ତପ୍ତ ପରିବାରଗୁଡିକୁ ସମବେଦନା। ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି। ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ମୃତକମାନଙ୍କ ନିକଟତମ ପରିଜନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe