ସିଓପି-୨୮ର ମନୋନୀତ ଅଧ୍ୟକ୍ଷ ଡ. ଜାବେରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ସିଓପି-୨୮ର ମନୋନୀତ ଅଧ୍ୟକ୍ଷ ଡ. ଜାବେରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

India TV News

ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆବୁଧାବିଠାରେ ସିଓପି-୨୮ର ମନୋନୀତ ଅଧ୍ୟକ୍ଷ ତଥା ଆବୁଧାବି ଜାତୀୟ ତୈଳ କମ୍ପାନିର ଗ୍ରୁପ୍ ସିଇଓ ଡକ୍ଟର ସୁଲତାନ୍ ଅଲ ଜାବେରଙ୍କୁ ଭେଟିଥିଲେ।
ୟୁଏଇ ଅଧ୍ୟକ୍ଷତାରେ ୟୁଏନ୍‍ଏଫ୍‍ସିସିସିର ଆଗାମୀ ସିଓପି-୨୮ ଉପରେ ଆଲୋଚନା ହୋଇଥିଲା।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୟୁଏଇର ଆଭିମୁଖ୍ୟ ସମ୍ପର୍କରେ ଡକ୍ଟର ଜାବର ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ସିଓପି-୨୮ ଅଧ୍ୟକ୍ଷତା ପାଇଁ ୟୁଏଇକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଅନ୍ତର୍ଜାତୀୟ ସୌର ସଂଗଠନ, ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମିଳିତ ମଞ୍ଚ, ଅନ୍ତର୍ଜାତୀୟ ମିଲେଟ ବର୍ଷ ଏବଂ ପରିବେଶ ପାଇଁ ଜୀବନଶୈଳୀ (ମିସନ ଲାଇଫ୍‍) ସମେତ ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ସମାଧାନ ପାଇଁ ଭାରତର ପ୍ରୟାସ ତଥା ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହି ଆଲୋଚନାରେ ଭାରତ ଏବଂ ୟୁଏଇ ମଧ୍ୟରେ ଶକ୍ତି ସହଯୋଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe