ଜି-୨୦ ଶିଖର ସମ୍ମିଳନୀରେ ପ୍ରଥମ ଥର ପାଇଁ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଜି-୨୦ ଶିଖର ସମ୍ମିଳନୀରେ ପ୍ରଥମ ଥର ପାଇଁ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

aajtak

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ଏଠାରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଥିବା ଜଣାପଡ଼ିଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକଙ୍କ ସହ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ସାକ୍ଷାତ। ଅକ୍ଟୋବରରେ ବ୍ରିଟେନରେ ରାଜନୈତିକ ଅସ୍ଥିରତା ଏବଂ ଲିଜ ଟ୍ରସଙ୍କ ଇସ୍ତଫା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ କନଜରଭେଟିଭ ପାର୍ଟିର ମୁଖ୍ୟ ଓ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲେ।

ତେବେ ବାଲିରେ ସୁନକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭେଟିଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି ଜଣାଯାଇଛି। ଏହାପୂର୍ବରୁ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଙ୍କୁ ଭେଟିଥିଲେ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଋଷ ଏବଂ ୟୁକ୍ରେନ ଯୁଦ୍ଧ ବିଷୟରେ ମଧ୍ୟ ଉଲ୍ଲେଖ କରିଥିବା ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ମୁଁ ବାରମ୍ବାର କହୁଛି ଯେ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବା ପାଇଁ କୂଟନୈତିକ ପଥକୁ ଫେରିବା ପାଇଁ ଆମକୁ ସମାଧାନର ରାସ୍ତା ଖୋଜିବାକୁ ପଡ଼ିବ। ପ୍ରଥମ ବିଶ୍ୱଯୁଦ୍ଧ ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ଏହା ପରେ ସେହି ସମୟର ନେତାମାନେ ଶାନ୍ତିର ରାସ୍ତା ଅବଲମ୍ବନ କରିବାକୁ ଏକ ଗୁରୁତର ଉଦ୍ୟମ କରିଥିଲେ। ବର୍ତ୍ତମାନ ଆମ ପାଳି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe