ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ: ବିଶ୍ବର ଯେଉଁଠି ବି ବ୍ଲାକ୍‌ ଫଙ୍ଗସ୍ ଔ‌ଷଧ ମିଳୁଛି ନେଇଆସ

Advertisment
ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ: ବିଶ୍ବର ଯେଉଁଠି ବି ବ୍ଲାକ୍‌ ଫଙ୍ଗସ୍ ଔ‌ଷଧ ମିଳୁଛି ନେଇଆସ

Image Courtesy of Zee News

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ବ୍ଲାକ୍ ଫଙ୍ଗସ୍ ଭାରତରେ ଆଉ ଏକ ମହାମାରୀର ରୂପ ନେବାକୁ ବସିଲାଣି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି। ବିଶ୍ବର ଯେଉଁ ଦେଶରେ ବି ବ୍ଲାକ୍ ଫଙ୍ଗସ୍ ଔଷଧ ମିଳୁଛି ତାହାକୁ ଭାରତ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିପାଇଁ ବିଭିନ୍ନ ଦେଶରେ ରହିଥିବା ଭାରତର ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟଗୁଡ଼ିକର ମଧ୍ୟ ସହାୟତା ନେବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଉକ୍ତ ରୋଗର ମୁକାବିଲା ପାଇଁ ଯୁଦ୍ଧ ସ୍ତରର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ସ୍ପଷ୍ଟ ହୋଇଛି। ବ୍ଲାକ ଫଙ୍ଗସ୍ ବା ମ୍ୟୁକୋର୍ମଇକୋସିସ୍‌ର ଚିକିତ୍ସା ଆମ୍ଫୋଟେରିସିନ୍ ଇଞ୍ଜେକସନ ଦ୍ବାରା କରାଯାଉଛି। ଭାରତରେ ଏହି ଇଞ୍ଜେକସନର ଘୋର ଅଭାବ ରହିଛି। ଭାରତ ସରକାର ଆଉ ୫ଟି କମ୍ପାନିକୁ ଉକ୍ତ ଇଞ୍ଜେକସନ ପ୍ରସ୍ତୁତିର ଲାଇସେନ୍ସ ମଧ୍ୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe