ପ୍ରଧାନମନ୍ତ୍ରୀଙ୍କ ପାର୍ବଣ ଉପହାର: ନବରାତ୍ରିରେ ଆକାଶଛୁଆଁ କିଣାବିକା, ଦୀପାବଳିରେ ଐତିହାସିକ କାରବାର ପାଇଁ କ୍ଷେତ୍ର ପ୍ରସ୍ତୁତ

ଚଳିତ ପାର୍ବଣ ଋତୁରେ, ଭାରତକୁ ପ୍ରାରମ୍ଭିକ ଦୀପାବଳି ଉପହାର ମିଳିଛି। ଏହା ରଙ୍ଗିନ କାଗଜରେ ଗୁଡ଼ା ହୋଇଥିବା ଉପହାର ନୁହେଁ, ବରଂ ଏକ ନୀତିଗତ ଉପହାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସାମ୍ପ୍ରତିକ ଜିଏସ୍‌ଟି ହାର ହ୍ରାସ....

modi

ନୂଆଦିଲ୍ଲୀ: ଚଳିତ ପାର୍ବଣ ଋତୁରେ, ଭାରତକୁ ପ୍ରାରମ୍ଭିକ ଦୀପାବଳି ଉପହାର ମିଳିଛି। ଏହା ରଙ୍ଗିନ କାଗଜରେ ଗୁଡ଼ା ହୋଇଥିବା ଉପହାର ନୁହେଁ, ବରଂ ଏକ ନୀତିଗତ ଉପହାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସାମ୍ପ୍ରତିକ ଜିଏସ୍‌ଟି ହାର ହ୍ରାସ ଦେଶବ୍ୟାପୀ କିଣାବିକା ଓ ବାଣିଜ୍ୟ କାରବାର ବୃଦ୍ଧି କରିଛି। ଏ ବର୍ଷର ନବରାତ୍ରିକୁ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ କ୍ରୟ ଉତ୍ସବରେ ପରିଣତ କରିଛି। ଅତ୍ୟାବଶ୍ୟକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କମ୍‌ ଟିକସ ସାଧାରଣ ପରିବାରକୁ ଆଶ୍ୱସ୍ତି ଦେଇଛି, ବଜାରକୁ ଶକ୍ତି ଦେଇଛି ଏବଂ ଭାରତର ସବୁଠାରୁ ସମୃଦ୍ଧ ଦୀପାବଳି ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି।

ସୂଚନାଯୋଗ୍ୟ ମୁଦ୍ରାସ୍ଫୀତି ଗତ ୮ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଖୁଚୁର‌ା ମୁଦ୍ରାସ୍ଫୀତି ମାତ୍ର ୧.୫୪%ରେ ପହଞ୍ଚିଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି ନକାରାତ୍ମକ (-୨.୩%) ହୋଇଛି। ଏହା ସାଧାରଣ ପରିବାରଗୁଡ଼ିକୁ ବଡ଼ ଉତ୍ସବ ପାଳନ କରିବାର ଆର୍ଥିକ ସ୍ୱାଧୀନତା ଦେଇଛି। ପାର୍ବଣ ଏବଂ ବିବାହ ଋତୁ ପୂର୍ବରୁ ଜିଏସ୍‌ଟି ହ୍ରାସ ଯୋଗୁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ପର୍ବପର୍ବାଣି ଓ ବିବାହ ଋତୁର କାରବାର ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି, ଯାହା ଗତ କିଛି ବର୍ଷ ମଧ୍ୟରେ ଭାରତର ସର୍ବବୃହତ୍‌ କ୍ରୟ ପ୍ରବାହକୁ ଦର୍ଶାଉଛି। ଜିଏସ୍‌ଟି ସଞ୍ଚୟର ଲାଭ ଉଠାଇବା ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରୁ ଡିଜିଟାଲ୍ ପେମେଣ୍ଟ ଅକସ୍ମାତ ଦଶଗୁଣ ବୃଦ୍ଧି ପାଇ ୨୧ ସେପ୍ଟେମ୍ବରରେ ୧.୧୮ ଲକ୍ଷ କୋଟି ଟଙ୍କାରୁ ୨୨ ସେପ୍ଟେମ୍ବରରେ ୧୧.୩୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଭାରତର ଅଟୋମୋବାଇଲ୍ ଶିଳ୍ପ ଗତ ଦଶନ୍ଧି ମଧ୍ୟରେ ଏହାର ସର୍ବୋତ୍ତମ ନବରାତ୍ରି ପ୍ରଦର୍ଶନ କରିଛି। ମାରୁତି ସୁଜୁକିର ବିକ୍ରୟ ଗତବର୍ଷ ତୁଳନାରେ ଦ୍ୱିଗୁଣିତ ହୋଇଛି। କେବଳ ଅଷ୍ଟମୀରେ ୩୦,୦୦୦ ବାହନ ବିକ୍ରି ରେକର୍ଡ ସହିତ କମ୍ପାନି ୩୫ ବର୍ଷ ମଧ୍ୟରେ ଗୋଟିଏ ଦିନରେ ସର୍ବାଧିକ ବିକ୍ରୟ କରିଛି । ମହିନ୍ଦ୍ରାର ଏକ୍ସୟୁଭି୭୦୦ ଏବଂ ସ୍କର୍ପିଓ ବିକ୍ରି ୬୦% ବୃଦ୍ଧି ପାଇଛି। ଟାଟା ମୋଟର୍ସ ୫୦୦୦୦ରୁ ଅଧିକ ଯାନ ବିକ୍ରି କରିଥିବା ବେଳେ ହ୍ୟୁଣ୍ଡାଇର କ୍ରେଟା ଓ ଭେନ୍ୟୁ ବିକ୍ରି ୭୨% ଅଂଶ ହାସଲ କରିଛି। ହିରୋ ଓ ବଜାଜ ପରି ଦୁଇଚକିଆ ଯାନ କମ୍ପାନିଗୁଡ଼ିକ ଗତବର୍ଷ ତୁଳନାରେ ଦୁଇଗୁଣା ବିକ୍ରି କରିଛନ୍ତି। ସେହିପରି ଟିଭି, ଫ୍ରିଜ୍‌, ୱାସିଂମେସିନ୍‌ ଭଳି ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ୪୦-୫୦% ବୃଦ୍ଧି ପାଇଛି । ହାୟର କମ୍ପାନି ଅଢ଼େଇ ଲକ୍ଷରୁ ଅଧିକ ଦାମ୍‌ର ଟିଭି ବିକ୍ରିରେ ୮୫% ଅଭିବୃଦ୍ଧି ହାସଲ କରିଛି। ରିଲାଏନ୍ସ ରିଟେଲରେ ଟିଭି ଓ ସ୍ମାର୍ଟଫୋନ୍‌ ବିକ୍ରି ୨୦-୨୫% ବୃଦ୍ଧି ପାଇଛି । ବିଜୟ ସେଲନ୍ସ, ଏଲ୍‌ଜି, ଗୋଦ୍‌ରେଜର ବିକ୍ରି ମଧ୍ୟ ଦୁଇ ଅଙ୍କ ଅଭିବୃଦ୍ଧି ହାସଲ କରିଛି। ଓନମରୁ ନବରାତ୍ରି ପର୍ଯ୍ୟନ୍ତ ଭାରତର ପାର୍ବଣ ବିକ୍ରି ୪୦-୫୦%ରେ ପହଞ୍ଚିଛି । ଏହା ଧନତେରସ୍‌ ଏବଂ ଦୀପାବଳିରେ ଆହୁରି ବଢ଼ିବା ନେଇ ଆକଳନ କରାଯାଇଛି।

ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ବିକ୍ରି ବଢ଼ିଛି। ଟିୟର ୨ ଏବଂ ଟିୟର ୩ ସହରରେ ଆମାଜନ ଇଣ୍ଡିଆର ପାର୍ବଣ ଗ୍ରାହକ ସଂଖ୍ୟା ୨୭୬ କୋଟିକୁ ବୃଦ୍ଧି ପାଇଛି। ଭାରତର ବଜାର ଭାବନା ଉପଭୋକ୍ତା ଉତ୍ସାହ ସହିତ ମେଳ ଖାଉଛି। ନିଫ୍ଟି ୫୦ ବିଗତ ୫୨ ସପ୍ତାହର ସର୍ବୋଚ୍ଚ ସ୍ତର ୨୫୭୦୯ ପଏଣ୍ଟରେ ପହଞ୍ଚିଛି।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର କେବଳ ଜିଏସ୍‌ଟି ହାର ହ୍ରାସ କରିନାହାନ୍ତି, ବରଂ ଗ୍ରାହକଙ୍କ ମନୋବଳ ବୃଦ୍ଧି କରିଛନ୍ତି । ସର୍ବାଧିକ କ୍ରୟ ଅବଧି ପୂର୍ବରୁ ଦର ହ୍ରାସ କରିବାର ରଣନୀତିକ ସମୟ ନିର୍ଦ୍ଧାରଣ କରି ସରକାର ପ୍ରତ୍ୟେକ ଭାରତୀୟ ପରିବାରକୁ ଏହି ଋତୁରେ ଅଧିକ ସଞ୍ଚୟ ଏବଂ ନିଜର ପସନ୍ଦଯୋଗ୍ୟ ସାମଗ୍ରୀ କିଣିବାର ସୁଯୋଗ ଦେଇଛନ୍ତି । ଏହି ପାର୍ବଣ ଋତୁରେ, ବାର୍ତ୍ତା ବେଶ ସ୍ପଷ୍ଟ ହୋଇଛି । ଭାରତର ଅଭିବୃଦ୍ଧି କାହାଣୀ ଦୀପାବଳିର ଆଲୋକ ଅପେକ୍ଷା ଅଧିକ ଉଜ୍ଜ୍ୱଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe