ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି: ସୁପ୍ରିମ୍‌ କୋର୍ଟ ଓକିଲଙ୍କୁ ପୁଣି ଧମକପୂର୍ଣ୍ଣ ଫୋନ୍‌କଲ୍

Advertisment
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି: ସୁପ୍ରିମ୍‌ କୋର୍ଟ ଓକିଲଙ୍କୁ ପୁଣି ଧମକପୂର୍ଣ୍ଣ ଫୋନ୍‌କଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଯେଉଁ ତ୍ରୁଟି ହୋଇଥିଲା ସେ ନେଇ ମାମଲା ସୁପ୍ରିମ୍‌ କୋର୍ଟରେ ଥିବାବେଳେ ଶିଖ୍‌ସ ଫର୍ ଜଷ୍ଟିସ୍ (ଏସ୍‌ଏଫ୍‌ଜେ) ନାମକ ଖଲିସ୍ଥାନ ସପକ୍ଷବାଦୀ ଗୋଷ୍ଠୀଙ୍କ ତରଫରୁ ସୁପ୍ରିମ୍‌କୋର୍ଟର ଓକିଲମାନଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଛି। ଆଗରୁ ବି ଏପରି ଫୋନ୍ କଲ୍ ଆସିଥିଲା। ଏହି କଲ୍‌ରେ ଓକିଲମାନଙ୍କୁ ଧମକ ଦେଇ କୁହାଯାଉଛି: ''ଆମେ ଓକିଲମାନଙ୍କୁ ଚେତାବନୀ ଦେଉଛୁ। ଯାହା ଘଟଣା ଘଟିଲା ତାହା ପ୍ରଧାନମନ୍ତ୍ରୀ ମୋଦୀ ଓ ଆମ ଶିଖ୍‌ଙ୍କ ଭିତରର କଥା। କିନ୍ତୁ ଆପଣମାନେ ଏସ୍‌ଏଫ୍‌ଜେ ବିରୋଧରେ ମାମଲା ରୁଜୁ କରି ନିଜକୁ ବିପଜ୍ଜନକ ସ୍ଥିତିରେ ପକାଇଛନ୍ତି। ଏବେ ଆମେ ମୁସଲିମ୍-ବିରୋଧୀ ଓ ଶିଖ୍-ବିରୋଧୀ ସୁପ୍ରିମ୍‌କୋର୍ଟ ଓକିଲମାନଙ୍କୁ ଉତ୍ତରଦାୟୀ କରିବୁ।'' କଲ୍ କରିଥିବା ଲୋକ ଆହୁରି କହୁଛି- 'ଜାନୁଆରି ୨୬ରେ ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଟକାଇବୁ ଏବଂ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗ ମାମଲାର ତଦନ୍ତ କରିବାକୁ ଦେବୁ ନାହିଁ।' ଏଭଳି ଧମକପୂର୍ଣ୍ଣ କଲ୍ ପରିପ୍ରେକ୍ଷୀରେ ଆଇନଜୀବୀ ଦୀପକ ପ୍ରକାଶ ଏକ ପୁଲିସ କେସ୍ ରୁଜୁ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe