ଜନ୍ମ ଶତବାର୍ଷିକୀରେ ଲୋକମାନ୍ୟ ତିଳକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Advertisment
ଜନ୍ମ ଶତବାର୍ଷିକୀରେ ଲୋକମାନ୍ୟ ତିଳକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Zee News

ନୂଆଦିଲ୍ଲୀ : ଜନ୍ମ ଶତବାର୍ଷିକୀ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ତିଳକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କିଛି ବର୍ଷ ପୂର୍ବରୁ ମନ କୀ ବାତରେ ଲୋକମାନ୍ୟ ତିଳକ ଓ ଚନ୍ଦ୍ରଶେଖର ଆଜାଦଙ୍କ ସମ୍ପର୍କରେ କରିଥିବା ଚର୍ଚ୍ଚାର କିଛି ଅଂଶ ସେୟାର କରିଛନ୍ତି। ଏହାସହିତ ସେ ନିଜ ମୁମ୍ବାଇ ଗସ୍ତ ବେଳର ସ୍ନାପ୍‌ସଟ୍‌ଗୁଡିକ ମଧ୍ୟ ସେୟାର କରିଛନ୍ତି। ମୁମ୍ବାଇ ଗସ୍ତ ଅବସରରେ ସେ ଲୋକମାନ୍ୟ ତିଲକଙ୍କ ସହ ଘନିଷ୍ଠ ଭାବେ ଜଡିତ ଲୋକମାନ୍ୟ ସେବା ସଂଘ ଯାଇଥିଲେ।

ଏକ ଟ୍ୱିଟ୍‌ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି, - ମା ଭାରତୀଙ୍କ ଦୁଇ ମହାନ ସନ୍ତାନ, ଲୋକମାନ୍ୟ ତିଳକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ସେମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରଣାମ କରୁଛି। ଏହି ଦୁଇ ମହାନ ବ୍ୟକ୍ତିତ୍ୱ ସାହସ ଓ ଦେଶପ୍ରେମର ପ୍ରତୀକ। କିଛି ବର୍ଷ ପୂର୍ବରୁ ମନ୍ କୀ ବାତ୍‌ରେ ସେମାନଙ୍କ ସମ୍ପର୍କରେ କରିଥିବା ଚର୍ଚ୍ଚା ଶେୟାର କରୁଛି। ଲୋକମାନ୍ୟ ତିଲକଙ୍କଠାରୁ ପରମ୍ପରାସୂତ୍ରରେ ମିଳିଥିବା ବ୍ୟାପକ ଗଣେଶ ଉତ୍ସବ ଦେଶବାସୀଙ୍କ ମଧ୍ୟରେ ସାଂସ୍କୃତିକ ଚେତନାକୁ ପ୍ରଜ୍ୱଳିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe