ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ବର୍ଷକରେ ବଢ଼ିଛି ୨୬.୧୩ ଲକ୍ଷ: ଗାଡ଼ି କି ଜମି ନାହିଁ

Advertisment
ଅକ୍ଟୋବର ୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ

internationalnewsandviews.com

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୋଟ ସମ୍ପତ୍ତି ୨.୨୩ କୋଟିକୁ ବୃଦ୍ଧି ପାଇଛି। ଏହା ମୁଖ୍ୟତଃ ବ୍ୟାଙ୍କ ଜମା ଆକାରରେ ଅଛି। ତେବେ ତାଙ୍କର କୌଣସି ଅସ୍ଥାବର ସମ୍ପତ୍ତି ନାହିଁ। କାରଣ ଗାନ୍ଧୀନଗରଠାରେ ମିଳିତ ମାଲିକାନାରେ ଥିବା ଏକ ଜମିରେ ସେ ତାଙ୍କର ୨୫ ପ୍ରତିଶତ ଅଂଶକୁ ଦାନ କରିଦେଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୦୨ ମସିହାରେ ସେ ଏହି ସମ୍ପତ୍ତି କିଣିଥିଲେ। ବର୍ଷକ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅସ୍ଥାବର ସମ୍ପତ୍ତି ରାଶି ୨୬ ଲକ୍ଷ ୧୩ ହଜାର ଟଙ୍କା ବୃଦ୍ଧି ହୋଇଛି।

ମୋଦୀଙ୍କ ପାଖରେ ନଗଦ ୩୫,୨୫୦ ଟଙ୍କା ଅଛି। ଡାକଘରେ ଜାତୀୟ ସଞ୍ଚୟ ପ୍ରମାଣପତ୍ର ଆକାରରେ ୯ ଲକ୍ଷ ୫ ହଜାର ୧୦୫ ଟଙ୍କା ସହିତ ୧ ଲକ୍ଷ ୮୯ ହଜାର ୩୦୫ ଟଙ୍କା ମୂଲ୍ୟର ଜୀବନ ବୀମା ପଲିସି ରହିଛି। ତେବେ ବଣ୍ଡ୍‌, ସେୟାର କିମ୍ବା ମ୍ୟୁଚୁଆଲ ଫଣ୍ଡରେ ସେ କିଛି ନିବେଶ କରିନାହାନ୍ତି। ଏପରିକି ତାଙ୍କର ଗାଡ଼ି ବି ନାହିଁ। କିନ୍ତୁ ୪ଟି ସୁନା ମୁଦି ରହିଛି, ଯାହାର ମୂଲ୍ୟ ୧ ଲକ୍ଷ ୭୩ ହଜାର ଟଙ୍କା ବୋଲି ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଘୋଷଣା ହୋଇଥିବା ସମ୍ପତ୍ତି ତାଲିକାରେ ଦର୍ଶାଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କର ମୋଟ ସମ୍ପତ୍ତି ୨ କୋଟି ୨୩ ଲକ୍ଷ ୮୨ ହଜାର ୫୦୪ ଟଙ୍କାରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ୱେବସାଇଟରେ ଅପଲୋଡ୍‌ ହୋଇଥିବା ତଥ୍ୟରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe