ଆତଙ୍କବାଦୀ ଓସାମା ବିନ୍ ଲାଡେନର ଭାଇମାନଙ୍କଠାରୁ ପ୍ରିନ୍ସ ଚାର୍ଲସ ନେଇଥିଲେ ୧୦ କୋଟି ଟଙ୍କା!

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା

ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା

ଆତଙ୍କବାଦୀ ଓସାମା ବିନ୍ ଲାଡେନର ଭାଇମାନଙ୍କଠାରୁ ପ୍ରିନ୍ସ ଚାର୍ଲସ ନେଇଥିଲେ ୧୦ କୋଟି ଟଙ୍କା!

ନୂଆଦିଲ୍ଲୀ: ଆତଙ୍କବାଦୀ ଓସାମା ବିନ୍ ଲାଡେନଙ୍କ ପରିବାର ପ୍ରିନ୍ସ ଚାର୍ଲ୍ସଙ୍କ ଚାରିଟେବୁଲ ଟ୍ରଷ୍ଟକୁ ୧ ମିଲିୟନ୍ ପାଉଣ୍ଡ ବା ପ୍ରାୟ ୦.୬୪ କୋଟି ଟଙ୍କା ଦାନ କରିଛନ୍ତି। ଦି ସଣ୍ଡେ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହି ଅର୍ଥରାଶି ବିନ୍ ଲାଡେନର ଦୁଇ ଭାଇ ପ୍ରଦାନ କରିଛନ୍ତି। ପ୍ରିନ୍ସ ଚାର୍ଲ୍ସ, ବକର୍ ବିନ୍ ଲାଡେନ ଏବଂ ଶାଫିକଙ୍କଠାରୁ ଏହି ଦାନ ଗ୍ରହଣ କରିଥିଲେ। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ପ୍ରିନ୍ସ ଚାର୍ଲ୍ସ ଚାରିଟି ସଂଗଠନ ଉପରେ ପ୍ରଶ୍ନ ଉଠିଛି। ରିପୋର୍ଟ ଅନୁଯାୟୀ, ଲଣ୍ଡନର କ୍ଲେରେନ୍ସ ହାଉସରେ ପ୍ରିନ୍ସ ଚାର୍ଲ୍ସ ବକରଙ୍କଠାରୁ ଏହି ରାଶି ନେଇଥିଲେ। ସେ ନିଜେ ବକରଙ୍କୁ ୨୦୧୩ରେ ଭେଟିଥିଲେ ଓ ପୁରା ରାଶି ଏକ ସୁଟକେସରେ ନେଇଥିଲେ |

ସୂଚନା ଥାଉ କି ଯେ ଏହାର ଦୁଇ ବର୍ଷ ପୂର୍ବରୁ ଓସାମା ବିନ୍ ଲାଡେନଙ୍କୁ ଆମେରିକା ସେନା ଦ୍ୱାରା ହତ୍ୟା କରାଯାଇଥିଲା। ଓସାମା ଆମେରିକାର ଟ୍ୱିନ୍ ଟାୱାର ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୬୭ ଜଣ ମଧ୍ୟ ବ୍ରିଟେନର ଥିଲେ। ପ୍ରିନ୍ସ ଚାର୍ଲ୍ସଙ୍କ ପରାମର୍ଶଦାତା ମଧ୍ୟ ତାଙ୍କୁ ଏହି ରାଶି ନ ନେବାକୁ ପରାମର୍ଶ ଦେଇଥିଲେ। ପ୍ରିନ୍ସ ଚାର୍ଲ୍ସ ଚାରିଟି ସଂଗଠନର ଚେୟାରମ୍ୟାନ୍ ସାର୍ ଲାନ୍ ଚେସାୟର କହିଛନ୍ତି ଯେ ବକର୍ ବିନ୍ ଲାଡେନ ପାଖରୁ ନିଆଯାଇଥିବା ଏହି ଅର୍ଥ ବାବଦରେ ଟ୍ରଷ୍ଟିମାନେ ମଧ୍ୟ ଜାଣିଥିଲେ ।

ଏହାପୂର୍ବରୁ ପ୍ରିନ୍ସ ଚାର୍ଲ୍ସଙ୍କ ଟ୍ରଷ୍ଟ ଉପରେ ଦାନ ନେବା ନେଇ ପ୍ରଶ୍ନ ଉଠିଥିଲା । ଫେବୃଆରୀରେ ସାଉଦି ବ୍ୟବସାୟୀ ମହଫୁଜ ମରେଇ ମୁବାରକଙ୍କଠାରୁ ଟଙ୍କା ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। କାତାରର ପୂର୍ବତନ ପ୍ରଧାନମନ୍ତ୍ରୀ ମଧ୍ୟ ଚାର୍ଲ୍ସଙ୍କୁ ବିପୁଳ ପରିମାଣର ଟଙ୍କା ଦେଉଥିଲେ। ଏକ ବୈଠକ ବେଳେ ସେ ଏକ ବ୍ୟାଗରେ ୧ ମିଲିୟନ୍ ୟୁରୋ ଦେଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe