ଭାରତରେ ପ୍ରିନ୍ସ ଚାର୍ଲସ୍ : ଦିଲ୍ଲୀରେ ମହିଳା ଚଳାଉଥିବା ଅଟୋ ରିକ୍ସାରେ ବସିଲେ, ଗୁରୁଦ୍ବାର ଲଙ୍ଗର ପାଇଁ ରୁଟି ସେକିଲେ

ଭାରତରେ ପ୍ରିନ୍ସ ଚାର୍ଲସ୍ : ଦିଲ୍ଲୀରେ ମହିଳା ଚଳାଉଥିବା ଅଟୋ ରିକ୍ସାରେ ବସିଲେ, ଗୁରୁଦ୍ବାର ଲଙ୍ଗର ପାଇଁ ରୁଟି ସେକିଲେ

Dunfermline Press

ନୂଆଦିଲ୍ଲୀ: ବ୍ରିଟେନ୍‌ ଯୁବରାଜ  ପ୍ରିନ୍ସ ଚାଲର୍ସ ବୁଧବାର ଦୁଇଦିନିଆ ଭାରତଗସ୍ତରେ ଆସିଛନ୍ତି। ଭାରତ ପହଞ୍ଚିବା ପରେ ପ୍ରଥମ ଦିନରେ ରାଜଧାନୀ ଦିଲ୍ଲୀରେ ବ୍ୟାଟେରୀ ଚାଳିତ ଅଟୋ ରିକ୍ସାରେ ବସି ପ୍ରିନ୍ସ ଚାଲର୍ସ ଯାତ୍ରା କରିଥିବା ଦେଖିବାକୁ ମିଳିଥିଲା। ତେବେ ସ୍ୱତନ୍ତ୍ର କଥାଟି ହେଉଛି ଚାଲର୍ସ ଯେଉଁ ଅଟୋ ରିକ୍ସାରେ ବସି ଯାତ୍ରା କରୁଥିଲେ ତାକୁ ଜଣେ ମହିଳା ଚାଳକ ଚଳାଉଥିଲେ।

publive-image Yahoo News

ଚାଲର୍ସ ଦିଲ୍ଲୀ ପହଞ୍ଚିବା ପରେ ପଞ୍ଜାବୀମାନଙ୍କ ଧର୍ମପୀଠ ବଙ୍ଗଳା ସାହିବ ଗୁରୁଦ୍ୱାର ଯାଇଥିଲେ। ସେ ସେଠାରେ ଲଙ୍ଗର ପାଇଁ ରୁଟି ସେକି ଥିଲେ। ଏହାପୂର୍ବରୁ ୨୦୧୭ରେ ପ୍ରିନ୍ସ ନିଜ ପତ୍ନୀ କେମିଲାଙ୍କ ସହିତ ଭାରତଗସ୍ତରେ ଆସିଥିଲେ। କେବଳ ଏତିକି ନୁହେଁ, ଗୁରୁଦ୍ୱାର ଯିବା ପୂର୍ବରୁ ଚାଲର୍ସ ଭାରତର ପାଣିପାଗ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

publive-image

ପ୍ରିନ୍ସ ଚାଲର୍ସ ରାଷ୍ଟ୍ରପତି କୋବିନ୍ଦଙ୍କ ସହିତ ସାକ୍ଷାତ ବି କରିଥିଲେ। କୋବିନ୍ଦ ଚାଲର୍ସଙ୍କୁ କମନେଓ୍ଵଲଥ୍‌ର ପ୍ରମୁଖ ଭାବେ ବଛାଯିବା ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ନଭେମ୍ବର ୧୪ରେ ପ୍ରିନ୍ସଙ୍କ ୭୧ତମ ଜନ୍ମଦିନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe