ପ୍ରିନ୍‌ସ ହ୍ୟାରି ଓ ମେଘାନ୍‌ ବ୍ରିଟେନ୍‌ର ୪ ଖବରକାଗଜକୁ କଳା ତାଲିକାଭୁକ୍ତ କଲେ

Advertisment
ପ୍ରିନ୍‌ସ ହ୍ୟାରି ଓ ମେଘାନ୍‌ ବ୍ରିଟେନ୍‌ର ୪ ଖବରକାଗଜକୁ କଳା ତାଲିକାଭୁକ୍ତ କଲେ

Daily Sabah

ଲଣ୍ଡନ : ମିଥ୍ୟା ଓ କପୋଳକଳ୍ପିତ ଖବର ପ୍ରକାଶ କରିବା ଅଭିଯୋଗରେ ପ୍ରିନ୍‌ସ ହ୍ୟାରି ଏବଂ ତାଙ୍କ ପତ୍ନୀ ମେଘାନ୍‌ ମାର୍କଲେ ବ୍ରିଟେନ୍‌ର ୪ଟି ପ୍ରମୁଖ ଖବରକାଗଜକୁ କଳାତାଲିକାଭୁକ୍ତ କରିବା ସହ ବର୍ଜନ କରିଛନ୍ତି। ପ୍ରିନ୍‌ସ ହ୍ୟାରି ଓ ମେଘାନ କଳାତାଲିକାଭୁକ୍ତ କରିଥିବା ୪ଟି ବ୍ରିଟେନ୍‌ ଖବରକାଗଜ ହେ‌ଉଛନ୍ତି- ଦି ସନ୍‌, ଡେଲି ମେଲ୍‌, ମିରର ଏବଂ ଏକ୍ସପ୍ରେସ। ଏହି ୪ଟି ଖବର ଭିତ୍ତିକ ପତ୍ରିକାମାନଙ୍କ ସହ ତାଙ୍କର କୌଣସି ସହଯୋଗ ଓ ସମର୍ଥନ ନାହିଁ ବୋଲି ପ୍ରିନ୍‌ସ ହ୍ୟାରି ସେମାନଙ୍କ ସମ୍ପାଦକଙ୍କ ନିକଟକୁ ପତ୍ର ଲେଖି ଜଣାଇଛନ୍ତି। ଏହି ଖବରକାଗଜଗୁଡ଼ିକ ଯେଉଁ ଖବର ପ୍ରକାଶ କରିଛନ୍ତି, ତାହା ସତ୍ୟ ଉପରେ ଆଧାରିତ ନୁହେଁ ଏବଂ କପୋଳକଳ୍ପିତ ବୋଲି ପ୍ରିନ୍‌ସ ହ୍ୟାରି ଓ ପତ୍ନୀ ମେଘାନ୍‌ କହିଛନ୍ତି। ମାତ୍ର ପ୍ରିନ୍‌ସ ହ୍ୟାରି ଓ ମେଘାନଙ୍କ ଏଭଳି ଆଚରଣକୁ ଏହି ଖବରକାଗଜମାନଙ୍କ ପକ୍ଷରୁ ନିନ୍ଦା କରାଯାଇଛି। ଏହା ସମଗ୍ର ଗଣମାଧ୍ୟମ ପ୍ରତି ଏକ ଅକ୍ରୋଶମୂଳକ ଆକ୍ରମଣ ବୋଲି ଏହି ସମ୍ପାଦକମାନେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରିନ୍‌ସ ହ୍ୟାରି ବ୍ରିଟେନ୍‌ ରାଜପ୍ରାସାଦ ପରିତ୍ୟାଗ କରି ପତ୍ନୀ ମେଘାନଙ୍କ ସହ ଏବେ କାଲିଫର୍ନିଆରେ ବାସ କରୁଛନ୍ତି। ପ୍ରିନ୍‌ସ ହ୍ୟାରି ଓ ବ୍ରିଟେନ୍‌ ରାଜପ୍ରାସାଦର କିଛି ଅଜ୍ଞାତ କାହାଣୀ ସମ୍ପର୍କରେ ଏହି ଖବରକାଗଜମାନଙ୍କରେ କେତେକ ରିପୋର୍ଟ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe