Image Source: Hindustan Times
ଲଣ୍ଡନ: ବୁଧବାର ଦିନ ବ୍ରିଟେନ୍ର ରାଜକୁମାର ହେରି ଏବଂ ତାଙ୍କ ପତ୍ନୀ ମେଗାନ୍ ମାର୍କଲ୍ ସେମାନଙ୍କ ନବଜାତ ପୁଅର ନାଁ ଦେଇଛନ୍ତି ଆର୍କି।
ରାଣୀ ଏବଂ ଡ୍ୟୁକ୍ ଅଫ୍ ଏଡିନ୍ବରୋ ତାଙ୍କର ଏହି ଅଷ୍ଟମ ଏବଂ ନବଜାତ ଅଣନାତିକୁ ଦେଖିବା ପରେ ନାଁ ଘୋଷଣା କରାଯାଇଥିଲା।
ରାଜ ଦମ୍ପତି ସେମାନଙ୍କ ଆନୁଷ୍ଠାନିକ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଘୋଷଣା କରିଛନ୍ତି: ସେମାନଙ୍କ ଜ୍ୟେଷ୍ଠ ସନ୍ତାନର ନାଁ ଆର୍କି ହେରିସନ୍ ମାଉଣ୍ଟ୍ବାଟେନ୍-ଓ୍ଵିଣ୍ଡ୍ସର୍ ଦେଇଥିବାରୁ ଆନନ୍ଦିତ ବୋଲି ଡ୍ୟୁକ୍ ଓ ଡଚେସ୍ ଅଫ୍ ସସେକ୍ସ ଘୋଷଣା କରିଛନ୍ତି।
ପୂର୍ବରୁ ଓ୍ଵିଣ୍ଡ୍ସର୍ କାସେଲ୍ର ସେଣ୍ଟ୍ ଜର୍ଜ ହଲ୍ରେ କହିବା ବେଳେ ରାଜକୁମାର ହେରି ସେମାନଙ୍କ ଦୁଇ ଦିନର ଛୁଆକୁ ଦୋଳାରେ ରଖିବା ବେଳେ ମାର୍କଲ୍ କହିଥିଲେ, ତା’ର ମିଜାଜ୍ ସବୁଠୁ ବଢ଼ିଆ, ସତରେ ସେ ଶାନ୍ତଶିଷ୍ଟ।
ହେରି କହିଲେ: ମୁଁ ଜାଣେନା ସେ କାହାଠୁ ଏ ଗୁଣ ପାଇଛି।
ମେଗାନ୍ କହନ୍ତି: ଏଇଟା ତ କୁହୁକ, ଭାରି ଆଶ୍ଚର୍ଯ୍ୟକର କଥା। ଦୁନିଆରେ ମୋର ଦୁଇଜଣ ସର୍ବୋତ୍ତମ ପିଲା ଥିବାରୁ ମୁଁ ବାସ୍ତବିକ୍ ଆନନ୍ଦିତା।
ହେରି କହନ୍ତି: ଏଇଟା ବଡ଼ କଥା। ପିତାମାତା ହେବା ବିସ୍ମୟକର। ମାତ୍ର ଅଢ଼େଇ ଦିନ କି, ତିନି ଦିନ ହେଲା, କିନ୍ତୁ ଆମ ନିଜର ଆନନ୍ଦର ପୁଟୁଳାଟିଏ ପାଇ ଆମେ ଆତ୍ମହରା ହୋଇପଡ଼ିଛୁ।
Follow Us