ବ୍ରିଟେନ୍: ବ୍ରିଟେନ୍ର ପ୍ରିନ୍ସ ହ୍ୟାରୀ ହଲିଉଡ ଅଭିନେତ୍ରୀ ମେଗନ୍ ମର୍କଲଙ୍କ ଶନିବାର ବିବାହ ସମ୍ପନ୍ନ ହୋଇଛି। ବିବାହ ସମ୍ପନ୍ନ ହେବା ପରେ ମେଗନ୍ ମର୍କଲ ରାଜକୀୟ ପରିବାରର ସଦସ୍ୟ ହୋଇଯାଇଛନ୍ତି। ଏବେ ତାଙ୍କୁ ଡଚିସ୍ ନାମରେ ଲୋକେ ଜାଣିବେ। ଏହି ବିବାହ ଉତ୍ସବ ଓ୍ଵିଣ୍ଡସର କାସଲରେ ଥିବା ସେଣ୍ଟ ଜର୍ଜ ଚର୍ଚରେ ଆୟୋଜିତ ହୋଇଥିଲା। ଏହି ବିବାହ ଉତ୍ସବରେ ବ୍ରିଟେନ୍ର ମହାରାଣୀ କୁଇନ୍ ଏଲିଜାବେଥ୍ ଓ ତାଙ୍କ ସ୍ୱାମୀ ପ୍ରିନ୍ସ ଚାଲର୍ସ ସମେତ ପରିବାରର ସମସ୍ତେ ସାମିଲ ଥିଲେ।
/sambad/media/post_attachments/wp-content/uploads/2018/05/download-2-19-300x200.jpg)
କୁହାଯାଉଛି କି, ମେଗନ୍ ଚାଲର୍ସଙ୍କୁ ଅନୁରୋଧ କରିଥିଲେ କି ସେ ତାଙ୍କ ପିତାଙ୍କ ସ୍ଥାନରେ ବିବାହ ରୀତିନୀତି ସଂପନ୍ନ କରିବେ। କାରଣ ତାଙ୍କ ପିତା ଥାମସ୍ ମର୍କେଲ ଅସୁସ୍ଥ ଅଛନ୍ତି। କିଛିଦିନ ତଳେ ତାଙ୍କର ହାର୍ଟ ସର୍ଜରି ହୋଇଥିଲା। ଏହି ରାଜକୀୟ ବିବାହରେ ଅମେରିକାର ଟିଭି ଷ୍ଟାର ଓପରା ବିପଫ୍ରେ, ଅଭିନେତ୍ରୀ ଇଡରିସ ଏଲବା, ଅଭିନେତ୍ରୀ ଜାର୍ଜ କଲୁନି ଓ ଫୁଟବଲର ଡେବିଡ ବେକ୍ହମ୍ ସାମିଲ ଥିଲେ। ଏମାନଙ୍କ ବ୍ୟତୀତ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଟେନିସ୍ ଖେଳାଳି ସରେନା ଓ୍ଵିଲିୟମସ୍ ବି ଏହି ବିବାହ ଉତ୍ସବରେ ଉପସ୍ଥିତ ରହି ଦୁହିଁଙ୍କ ବୈବାହିକ ଜୀବନକୁ ସୁଖମୟ ହେଉ ବୋଲି ଶୁଭକାମନା ଦେଇଥିଲେ।
ଦୁହିଁଙ୍କ ବିବାହକୁ ବ୍ରିଟେନ୍ରେ ଉଲ୍ଲାସ ଭରି ରହିଛି। ଏକଲକ୍ଷରୁ ଅଧିକ ପ୍ରଶଂସକ ଦୁହିଁଙ୍କ ବିବାହରେ ସାମିଲ ହୋଇଛନ୍ତି। ଅପରାହ୍ନରେ ବିବାହ ଶେଷ ହେବା ପରେ ନବଦମ୍ପତ୍ତି ସହର ପରିକ୍ରମା କରିବାର ଯୋଜନା ରହିଥିଲା। ଏହି ବିବାହକୁ ନେଇ ସୁରକ୍ଷାବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଥିଲା।
Follow Us